ଓଡିଶା

odisha

ଡ୍ରଗ୍ସରେ ଛନ୍ଦି ହୋଇଛି ସୁଶାନ୍ତଙ୍କ ମୃତ୍ୟୁ ମିଷ୍ଟ୍ରି, ଶ୍ରୁତି ମୋଦି ଓ ଜୟା ସାହାଙ୍କୁ NCBର ସମନ

By

Published : Sep 16, 2020, 9:23 AM IST

ଡ୍ରଗ୍ସ ଧୁଆଁରେ ଛନ୍ଦି ହୋଇଯାଇଛି ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା। ଏହାର ଯାଞ୍ଚକୁ ବୃଦ୍ଧି କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସ୍ୱର୍ଗତ ଅଭିନେତାଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଏବଂ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହାଙ୍କୁ ପଚରାଉଚରା ସମନ କରିଛି।

ଡ୍ରଗ ଧୁଆଁରେ ଛନ୍ଧି ହୋଇଛି ସୁଶାନ୍ତଙ୍କ ମୃତ୍ୟୁ, ଶ୍ରୁତି ମୋଦି ଓ ଜୟା ସାହାଙ୍କୁ ଏନସିବି ସମନ
ଡ୍ରଗ ଧୁଆଁରେ ଛନ୍ଧି ହୋଇଛି ସୁଶାନ୍ତଙ୍କ ମୃତ୍ୟୁ, ଶ୍ରୁତି ମୋଦି ଓ ଜୟା ସାହାଙ୍କୁ ଏନସିବି ସମନ

ମୁମ୍ବାଇ: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଟ୍ବିଷ୍ଟ ପରେ ଟ୍ବିଷ୍ଟ। ଏବେ ଡ୍ରଗ୍ସ ଧୁଆଁରେ ଛନ୍ଦି ହୋଇଯାଇଛି ଏହି ଅଭିନେତାଙ୍କ ମୃତ୍ୟୁ ମାମଲା। ତେବେ ଏହାର ଯାଞ୍ଚକୁ ବୃଦ୍ଧି କରି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସ୍ୱର୍ଗତ ଅଭିନେତାଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ଏବଂ ଟ୍ୟାଲେଣ୍ଟ ମ୍ୟାନେଜର ଜୟା ସାହାଙ୍କୁ ପଚରାଉଚରା ସମନ କରିଛି।

ଏନସିବିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଡ୍ରଗ୍ ଆଇନ ପ୍ରବର୍ତ୍ତନ ସଂସ୍ଥା ଶ୍ରୁତି ମୋଦି ଏବଂ ସାହାଙ୍କୁ ବୁଧବାର ସକାଳେ ମୁମ୍ବାଇ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଛି।

ଅଧିକାରୀ କହିଛନ୍ତି ଯେ, ଏହି ଦୁଇ ଜଣଙ୍କୁ ଅଭିନେତା ସୁଶାନ୍ତ ଓ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ଡ୍ରଗ୍ସ ବ୍ୟବହାର ଓ ବିତରଣ ବିଷୟରେ ପଚରାଯିବ। ଏହି ଘଟଣାରେ ରିୟା, ତାଙ୍କ ଭାଇ ସୌଭିକ, ସୁଶାନ୍ତଙ୍କ ଘର ମ୍ୟାନେଜର ସାମୁଏଲ୍ ମିରାଣ୍ଡା ଏବଂ ଅନ୍ୟ 15 ଜଣଙ୍କୁ ଗିରଫ କରାଯିବା ପରେ ଏହା ହେଉଛି ବର୍ତ୍ତମାନର ତାଜା ସୂଚନା।

ସୌଭିକ୍, ମିରାଣ୍ଡା ଏବଂ ଅନ୍ୟାନ୍ୟ ଡ୍ରଗ୍ ଚାଟ୍ ସାମ୍ନାକୁ ଆସିବା ପରେ ଏନସିବି ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଙ୍କ ଅନୁରୋଧ କ୍ରମେ ଏକ ମାମଲା ରୁଜୁ କରିଥିଲା। ତେବେ ସୁଶାନ୍ତଙ୍କ ମର୍ଡର ମିଷ୍ଟ୍ରୀ ଖୋଜିବା ପାଇଁ ସିବିଆଇ ଏବଂ ଇଡି ବ୍ୟତୀତ ଏନସିବି ହେଉଛି ତୃତୀୟ ତଦନ୍ତକାରୀ ସଂସ୍ଥା।

ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ଡ୍ରଗ୍ସ ଲିଙ୍କ୍ ଏନସିବି ଅନୁସନ୍ଧାନରେ ସାରା ଅଲ୍ଲି ଖାନ, ରାକୁଲ ପ୍ରୀତ ସିଂ ଏବଂ ସିମୋନ ଖମ୍ବଟାଙ୍କ ପରି ବଲିଉଡ ସେଲିବ୍ରିଟିଙ୍କ ନାମ ପ୍ରକାଶ ପାଇଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ଏନସିବି ପଚରାଉଚରା ପାଇଁ ଆଗାମୀ ଦିନରେ ସେମାନଙ୍କୁ ଡକାଇବାକୁ ମଧ୍ୟ ସ୍ଥିର ହୋଇଛି।

ABOUT THE AUTHOR

...view details