ମୁମ୍ବାଇ: ଏନସିବି ଡ୍ରଗ୍ସ ମାମଲାରେ ଟେଲିଭିଜନ ଅଭିନେତ୍ରୀ ପ୍ରୀତିକା ଚୌହାନଙ୍କୁ ଗିରଫ କରିଛି । ପ୍ରିତିକାଙ୍କ ସହ ଡ୍ରଗ୍ସ ଚୋରା ଚାଲାଣକାରୀ ଫେସଲଙ୍କୁ ମଧ୍ୟ ଗିରଫ କରାଯାଇଛି ।
ଅଧିକାରୀମାନେ କହିଛନ୍ତି ଯେ, ସୂଚନା ପାଇବା ପରେ ଶନିବାର ବିଳମ୍ବିତ ରାତିରେ ଏନସିବି ମୁମ୍ବାଇ ଜୋନଲ ୟୁନିଟ୍ ଅଧିକାରୀମାନେ ବର୍ସୋଭା ଠାରେ ଏହି ଯୋଡିଙ୍କୁ ଗିରଫ କରିଥିଲା । ଉଭୟଙ୍କ ଠାରୁ 99 ଗ୍ରାମ ଗଞ୍ଜା ଜବତ କରାଯାଇଛି ।
ଏନସିବି କହିଛି ଯେ, ଉଭୟ ବର୍ସୋଭାରେ ରହୁଥିବା ଜଣେ ବ୍ୟକ୍ତି ଦୀପକ ରାଠୋରଙ୍କ ଠାରୁ ଗଞ୍ଜେଇ ସୋର୍ସିଂ କରୁଥିବାର କଥାକୁ ମାନିଛନ୍ତି ।