ଓଡିଶା

odisha

ETV Bharat / sitara

ନବାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କଲେ ପତ୍ନୀ ଆଲିଆ - ନବାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କଲେ ପତ୍ନୀ ଆଲିଆ

ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକି ଅଭିନେତା ଏବଂ ତାଙ୍କ ପରିବାରଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଯାହା ପରେ ଆଜି ସେ ତାଙ୍କ ବୟାନ ରେକର୍ଡ କରିବା ପାଇଁ ବୁଡାନା କୋତୱାଲୀରେ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ...

Nawazuddin Siddiqui's wife records her statement with police
ନବାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ କଲେ ପତ୍ନୀ ଆଲିଆ

By

Published : Sep 13, 2020, 8:42 PM IST

ଲକ୍ଷ୍ମୌ: ରବିବାର ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପତ୍ନୀ ଆଲିଆ ସିଦ୍ଦିକି ବୁଡାନା କୋତୱାଲୀରେ ତାଙ୍କ ବୟାନ ରେକର୍ଡ କରିଛନ୍ତି ।

ଆଲିଆ ମୁମ୍ବାଇର ଭର୍ସୋଭା ପୋଲିସ ଷ୍ଟେସନରେ ନୱାଜୁଦ୍ଦିନ ଏବଂ ତାଙ୍କ ତିନି ଭାଇଙ୍କ ସମେତ ଶାଶୁଙ୍କ ବିରୋଧରେ ଏକ ରିପୋର୍ଟ ଦାୟର କରିଛନ୍ତି । ଏହି ପ୍ରସଙ୍ଗରେ ଆଲିଆ ଆଜି ତାଙ୍କ ବୟାନ ଦେଇଛନ୍ତି ।

ପୋଲିସ ଷ୍ଟେସନର ଅଧିକାରୀ କହିଛନ୍ତି ଯେ, ଆଲିଆ 27 ଜୁଲାଇରେ ମୁମ୍ବାଇର ଏକ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଏବଂ ଏହି ଆଧାରରେ ଏହାକୁ ବୁଡାନା ପୋଲିସ ଷ୍ଟେସନକୁ ପଠାଇଥିଲେ ।

ସେ କହିଛନ୍ତି ଯେ ଆଲିଆ ତାଙ୍କ ବୟାନରେ ଅଭିନେତାଙ୍କ ଭାଇ ମିନହାଜୁଦ୍ଦିନ ସିଦ୍ଦିକି 2012ରେ ପରିବାର ସଦସ୍ୟଙ୍କୁ ଅସଦାଚରଣ କରିଥିବା ଅଭିଯୋଗକୁ ଦୋହରାଇଛନ୍ତି ।

ଆଲିଆ ଆହୁରି କହିଛନ୍ତି ଯେ, ଯେତେବେଳେ ସେ ନୱାଜୁଦ୍ଦିନଙ୍କ ଭାଇଙ୍କ ଦୁଷ୍କର୍ମ ବିଷୟରେ ପରିବାର ଲୋକଙ୍କୁ କହିଥିଲେ ସେତେବେଳେ ପରିବାର ଲୋକେ ତାଙ୍କୁ ପାଟି ବନ୍ଦ କରିବାକୁ କହିଥିଲେ ।

ଏଥି ସହିତ ଅଭିନେତାଙ୍କ ପରିବାର ସଦସ୍ୟ ଆଲିଆଙ୍କ ଏହି ଅଭିଯୋଗକୁ ଅସ୍ବୀକାର କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details