ମୁମ୍ବାଇ: ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀ ଓ ତାଙ୍କ ପରିବାର ସମସ୍ୟା କମିବାର ନାଁ ନେଉନାହିଁ । ତାଙ୍କ ଭାଇ ତଥା ନିର୍ଦ୍ଦେଶକ ଶମାସ ସିଦ୍ଦିକୀ ଦୀର୍ଘ ସମୟରୁ ଘରୋଇ ହିଂସା, ମାନସିକ ଆଘାତ ଭଳି ଅନ୍ୟ ଅଭିଯୋଗ ପାଇଁ ଚର୍ଚ୍ଚାରେ ଅଛନ୍ତି । ଏଥର ସେ ନିଜ ଉପରେ ଲାଗିଥିବା ଅଭିଯୋଗ ଉପରେ ମୁହଁ ଖୋଲିଛନ୍ତି ।
ନୱାଜୁଦ୍ଦୀନ ଭାଇଙ୍କ ବଡ ଖୁଲାସା, ଭାଉଜଙ୍କ ଉପରେ ଆଣିଲେ ଅଭିଯୋଗ
ଲକଡାଉନରେ ହ୍ବାଇଟ୍ସଅପରେ ନୱାଜଙ୍କୁ ତଲାକ ମାଗିଥିଲେ ଆଲିୟା ସିଦ୍ଦିକୀ । ଏହାସହ ସେ ତାଙ୍କ ଭାଇ ଶମାସଙ୍କ ଉପରେ ଅନେକ ଅଭିଯୋଗ କରିଥିଲେ ।
ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ନୱାଜଙ୍କ ପତ୍ନୀ ଆଲିୟା ସିଦ୍ଦିକୀ ଲଗାଇଥିବା ଏହି ଅଭିଯୋଗକୁ ଖଣ୍ଡନ କରିଥିଲେ । ଆଉ କହିଥିଲେ ସେ ସବୁବେଳେ ଭାଇ-ଭାଉଜଙ୍କ ଝଗଡାକୁ ବନ୍ଦ ଚେଷ୍ଟା କରୁଥିଲେ । ସେ ଭାଇଙ୍କ ସହ ଆଲିୟାଙ୍କୁ ସାକ୍ଷାତ କରାଇଥିଲେ । ଆଲିୟା ତାଙ୍କ ପାଇଁ ପ୍ରଥମେ କାମ କରିଥିଲେ । ଆଲିୟା ଗୋଟିଏ ଫିଲ୍ମରେ ଅଭିନୟ କରିଥିଲେ । ଯେଉଁଥିରେ ସେ ସହ-ନିର୍ଦ୍ଦେଶକ ରୂପେ କାମ କରିଥିଲେ ।
ତାଙ୍କୁ ପତି-ପତ୍ନୀଙ୍କ ବ୍ୟକ୍ତିଗତ ପ୍ରସଙ୍ଗରେ ଜବରଦସ୍ତି ସାମିଲ କରାଯାଉଛି । ଗୋଟିଏ ପରେ ଗୋଟି ସମ୍ପର୍କ ନଥିବା ଘଟଣାରେ ଆଲିୟା ଜଡିତ ହେଉଛନ୍ତି । ସେ ଜାଣିଶୁଣି ତାଙ୍କ ଉପରେ ଅସଦାଚରଣ ଅଭିଯୋଗ ଲଗାଇବାରେ ଲାଗିଛନ୍ତି । ଜଣେ ମହିଳା ପାଇଁ ଏହା ସହଜ କଥା ଜଣଙ୍କ ଉପରେ ଏପରି ଅଭିଯୋଗ ଆଣିବା । ହେଲେ ସେ ଏହି ଅଭିଯୋଗ ସହ କୋର୍ଟ କାହିଁକି ଯାଉନାହାଁନ୍ତି । ତାଙ୍କୁ ଲାଗୁଛି ଯେ ଆଲିୟା ଏହି ଅଭିଯୋଗ ଦାଖଲ କରିଛନ୍ତି । କିନ୍ତୁ ଅଭିଯୋଗ ଦାଖଲ କରିବା ଏବଂ କୋର୍ଟ ମାମଲା ମଧ୍ୟରେ ବହୁତ ପାର୍ଥକ୍ୟ ଅଛି । ପୋଲିସର ପ୍ରମାଣ ଦରକାର କାରଣ ଏହା ଏକ ଆଇନଗତ ମାମଲା ବୋଲି କହିଛନ୍ତି ଶମାସ ।