ଓଡିଶା

odisha

ETV Bharat / sitara

ନିର୍ମାତା ଅନୁରାଗଙ୍କ ସହ ସ୍କ୍ରିନ ସେୟାର କରିବା ଉପରେ ନୱାଜଙ୍କ ପ୍ରତିକ୍ରିୟା

ଖୁବଶୀଘ୍ର ଓଟିଟ ପ୍ଲାଟଫର୍ମରେ ରିଲିଜ ହେବେ ନିର୍ଦ୍ଦେଶକ ପୁଷ୍ପେନ୍ଦ୍ର ନାଥ ମିଶ୍ରେଙ୍କ ଆଗାମୀ ଫିଲ୍ମ ‘ଘୂମକେତୁ’ । ଏବେ ଫିଲ୍ମରେ ଅନୁରାଗ କଶ୍ୟପଙ୍କ ସହ କାମ କରିବାକୁ ନେଇ ମୁହଁ ଖୋଲିଛନ୍ତି ନୱାଜୁଦ୍ଦୀନ ସିଦ୍ଦିକୀ।

By

Published : May 23, 2020, 10:17 PM IST

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ଜାତୀୟ ପୁରସ୍କାର ବିଜେତା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକୀ ପୁଣି ଥରେ ଅନୁରାଗ କାଶ୍ୟପଙ୍କ ସହ ନୂଆ ଡିଜିଟାଲ ଫିଲ୍ମ 'ଘୂମକେତୁ'ରେ କାମ କରିଛନ୍ତି । ଯାହାର ଜବରଦସ୍ତ ଟ୍ରେଲର ନିକଟରେ ରିଲିଜ ହୋଇଥିଲା । ନିର୍ମାତା ଓ ଅଭିନେତା ସ୍କ୍ରିନିଂ ସେୟାର କରିବା ଦର୍ଶକଙ୍କ ପାଇଁ ମଧ୍ୟ ମଜାଦାର ହେବାକୁ ଯାଉଛନ୍ତି । ଏହି କମେଡି ଡ୍ରାମା ଫିଲ୍ମରେ ନୱାଜଙ୍କ ମଜାଦାର ଅଭିନୟ ଏବଂ ଅନୁରାଗଙ୍କ କମେଡି ଅନ୍ଦାଜ ଦର୍ଶକଙ୍କ ମନ କିଣିବ । ଇତିମଧ୍ୟରେ ନୱାଜ ଫିଲ୍ମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।

ସେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଦୀର୍ଘ ସମୟରୁ ଅନୁରାଗଙ୍କ ସହ କାମ କରି ଆସୁଛନ୍ତି । ଦୁଇଜଣ ଏହି ଯାତ୍ରାରେ ଅଛନ୍ତି । ହେଲେ ଏକ ଫିଲ୍ମ ସେଟ ଉପରେ ଆମର ସମୀକରଣ ହେଉଛି ନିର୍ଦ୍ଦେଶକ ଏବଂ ଅଭିନେତା ପରି । ଏହି ଫିଲ୍ମରେ ସେ ପ୍ରଥମ ଥର ପାଇଁ ତାଙ୍କ ସହ-ଅଭିନେତା ରୂପେ କାମ କରିଛନ୍ତି । ତାଙ୍କର ଅଭ୍ୟାସ ହେଲା ଯେତେବେଳେ ଅନୁରାଗ କଟ କହିବେ ସେ ସଟ ଦେବେ । ହେଲେ ବର୍ତ୍ତମାନ ସେ ଜଣେ ନିର୍ଦ୍ଦେଶକ ନୁହେଁ ତାଙ୍କ ସହ-ଅଭିନେତା ।

ପ୍ରକାଶ ଥାଉ କି ନୱାଜ 2007ରୁ ଅନୁରାଗଙ୍କ ସହ କାମ କରି ଆସୁଛନ୍ତି । ସେ ତାଙ୍କ ‘ବ୍ଲାକ ଫ୍ରାଇଡେ’, ‘ଦେବ ଡି’, ‘ଗ୍ୟାଙ୍ଗ ଅଫ ୱାସେପୁର ଫ୍ରାଞ୍ଚାଇଜି’, ‘ରମ ରାଘବ 2.0’ ଓ ୱେବ ସିରିଜ ‘ସାକ୍ରେଡ ଗେମ୍ସ’ ଅଭିନୟ କରିସାରିଛନ୍ତି ।

ABOUT THE AUTHOR

...view details