ଓଡିଶା

odisha

ETV Bharat / sitara

Nawazuddin first look: heropanti 2ରୁ ସାମ୍ନାକୁ ଆସିଲା ଲୈଲାଙ୍କ ଫାଷ୍ଟ ଲୁକ୍‌ - ଲୈଲାଙ୍କ ଫାଷ୍ଟ ଲୁକ୍‌

ହିରୋପନ୍ତି ୨ରେ ଭିଲେନ୍ ଭୂମିକାରେ ଅଭିନୟ କରିଥିବା ପ୍ରଖ୍ୟାତ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ଲୁକ୍ ଆଉଟ ହୋଇଛି । ପ୍ରଥମ ଲୁକ୍ ସେୟାର କରି ସେ ଲେଖିଛନ୍ତି, 'Nafrat ki bununga woh jaal, Jo Laila se takraaye, uska kar dunga bura haal'। ଅଧିକ ପଢନ୍ତୁ

heropanti 2ରୁ ସାମ୍ନାକୁ ଆସିଲା ଲୈଲାଙ୍କ ଫାଷ୍ଟ ଲୁକ୍‌
heropanti 2ରୁ ସାମ୍ନାକୁ ଆସିଲା ଲୈଲାଙ୍କ ଫାଷ୍ଟ ଲୁକ୍‌

By

Published : Mar 16, 2022, 5:31 PM IST

ହାଇଦ୍ରାବାଦ: ବଲିଉଡର ଲିଟିଲ୍ ସୁପରହିରୋ ଟାଇଗର ଶ୍ରଫ୍ ଷ୍ଟାର୍ ଫିଲ୍ମ 'ହିରୋପନ୍ତି ୨'ରେ ଭିଲେନ୍ ଭୂମିକାରେ ଅଭିନୟ କରିଥିବା ପ୍ରଖ୍ୟାତ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ପ୍ରଥମ ଲୁକ୍ ଆଉଟ ହୋଇଛି । ନୱାଜଙ୍କ ଚରିତ୍ରର ନାମ ଲୈଲା । ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ନୱାଜୁଦ୍ଦିନ ଫିଲ୍ମର ପ୍ରଥମ ଲୁକରୁ ପରଦା ହଟାଇ ଦେଇଛନ୍ତି । ମାର୍ଚ୍ଚ 17ରେ ଫିଲ୍ମର ଟ୍ରେଲର ରିଲିଜ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ରଟି ଚଳିତ ବର୍ଷ 29 ଏପ୍ରିଲରେ ଇଦ୍ ଅବସରରେ ମୁକ୍ତିଲାଭ କରିବ ।

heropanti 2

ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ପ୍ରଥମ ଲୁକ୍ ସେୟାର କରି ନୱାଜୁଦ୍ଦିନ କ୍ୟାପସନରେ ଲେଖିଛନ୍ତି, 'Nafrat ki bununga woh jaal, Jo Laila se takraaye, uska kar dunga bura haal'। କହିବାକୁ ଗଲେ ଟାଇଗର ଏବଂ ନୱାଜୁଦ୍ଦିନ ଫିଲ୍ମ 'ମୁନ୍ନା ମାଇକେଲ'ରେ ନଜର ଆସିଥିଲେ।

heropanti 2

ଏଥି ସହିତ ଫିଲ୍ମର ମୁଖ୍ୟ ଅଭିନେତା ଟାଇଗର ବୁଧବାର (ମାର୍ଚ୍ଚ 16) ରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିଛନ୍ତି। 'ହିରୋପନ୍ତି ୨'ର ନୂଆ ପୋଷ୍ଟରରେ ଟାଇଗର ଶ୍ରଫଙ୍କ ଜବରଦସ୍ତ ସିନ ଦେଖିବାକୁ ମିଳିଛି । ପୋଷ୍ଟରରେ ଟାଇଗର ଶ୍ରଫ ହାତରେ ବନ୍ଧୁକ ଧରି କାର ଆଗରେ ବସିଛନ୍ତି। ଟାଇଗର ଶ୍ରଫ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ନୂଆ ପୋଷ୍ଟର ସେୟାର କରିଛନ୍ତି। ପୋଷ୍ଟ ସେୟାର କରି ଟାଇଗର କହିଛନ୍ତି ଯେ ଫିଲ୍ମର ଟ୍ରେଲର ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ 17ରେ ହୋଲି ଅବସରରେ ମୁକ୍ତିଲାଭ କରିବ ।

ଏହା ସହିତ ଟାଇଗର ଫିଲ୍ମର ମୁଖ୍ୟ ଅଭିନେତ୍ରୀ ତାରା ସୁତାରିଆଙ୍କ ଚରିତ୍ରରୁ ମଧ୍ୟ ପରଦା ହଟାଇଛନ୍ତି। ଚଳଚ୍ଚିତ୍ରରେ ତାରାଙ୍କ ଚରିତ୍ରର ନାମ ହେଉଛି ଇନାୟା । 'ହିରୋପନ୍ତି'ରେ କ୍ରିତି ସାନନ୍ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ।

ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ହିରୋପନ୍ତି ୨ ଗତ ବର୍ଷ ଘୋଷଣା କରାଯାଇଥିଲା। ଅହମ୍ମଦ ଖାନ ଏବଂ ଟାଇଗରର ଯୋଡି 'ବାଗୀ ୨' ଏବଂ 'ବାଗୀ' ରେ ଦେଖିବାକୁ ମିଳିଛି। ତାଙ୍କର ଚଳଚ୍ଚିତ୍ରକୁ ଦର୍ଶକ ପସନ୍ଦ କରନ୍ତି । ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ଆଶା କରୁଛନ୍ତି ଯେ ଅହମ୍ମଦ ଏବଂ ଟାଇଗର ପୁଣି ଥରେ ଏକ ବଡ଼ ଧମାଲ କରିବାକୁ ଯାଉଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details