ଓଡିଶା

odisha

ETV Bharat / sitara

ଓଟିଟି ପ୍ଲାଟଫର୍ମରେ ‘ଘୁମକେତୁ’, ରିଲିଜ ହେଲା ଟ୍ରେଲର

ଆଉ ଏକ ଦମଦାର କମେଡି ଡ୍ରାମା ଫିଲ୍ମ ‘ଘୁମକେତୁ’ ନେଇ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛନ୍ତି ନୱାଜୁଦ୍ଦୀନ ସିଦ୍ଦିକୀ। 22ରେ ଜି5ରେ ରିଲିଜ ହେବ ଫିଲ୍ମ। ଏବେ ଦେଖନ୍ତୁ ଏହାର ମଜାଦାର ଟ୍ରେଲର...

By

Published : May 20, 2020, 3:18 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୱାଜୁଦ୍ଦୀନ ସିଦ୍ଦିକୀ

ମୁମ୍ବାଇ: ଲୋକପ୍ରିୟ ଅଭିନେତା ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ନିକଟରେ କୋରୋନା ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ ବାହାରିଥିଲା। ଏହାବ୍ୟତୀତ ତାଙ୍କ ପତ୍ନୀ ଆଲିୟା ସିଦ୍ଦିକୀ ତାଙ୍କୁଠୁ ଛାଡପତ୍ର ନେବାକୁ ଯାଉଛନ୍ତି। ସେ ହ୍ବାଇଟ୍ସଅପରେ ତଲାକ ନୋଟିସ୍ ତାଙ୍କ ପାଖକୁ ପଠାଇଥିଲେ। ଯାହାକୁ ନେଇ ଏବେ ଚର୍ଚ୍ଚାରେ ନୱାଜ । ହେଲେ ତାଙ୍କ ଆଗାମୀ ଫିଲ୍ମକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । କାରଣ ‘ଘୁମକେତୁ’ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି।

ଲକଡାଉନ ପାଇଁ ଫିଲ୍ମ ମେକର୍ସ ଏବେ ଡିଜିଟାଲ ମୁହାଁ ହେବାରେ ଲାଗିଛନ୍ତି। ‘ଘୁମକେତୁ’ ମେକର୍ସ ମଧ୍ୟ ଦର୍ଶକଙ୍କ ମନୋରଞ୍ଜନକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି। ଇତିମଧ୍ୟରେ ଫିଲ୍ମର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି । ନୱାଜଙ୍କ ଜନ୍ମଦିନରେ ତାଙ୍କ ଫ୍ୟାନ୍ସଙ୍କୁ ଏହି ଉପହାର ଦେଇଛନ୍ତି ମେକର୍ସ । ମଙ୍ଗଳବାର 46 ବର୍ଷରେ ପଦାର୍ପଣ କରିଛନ୍ତି ସେ।

ଆସନ୍ତା 22 ତାରିଖରେ ଜି5ରେ ରିଲିଜ ହେବ ଏହି ଫିଲ୍ମ। ଫିଲ୍ମରେ ନିର୍ମାତା ଅନୁରାଗ କଶ୍ୟାପ ରଣବୀର ସିଂ, ଅମିତାଭ ବଚ୍ଚନ, ସୋନାକ୍ଷୀ ସିହ୍ନା ଓ ଚିତ୍ରାଙ୍ଗନ୍ଦା ସିଂ ମଧ୍ୟ ଅତିଥି କଳାକାର ରୂପେ ନଜର ଆସିବେ। ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ପୁଷ୍ପେନ୍ଦ୍ର ନାଥ ମିଶ୍ରା। ଆଉ ଫ୍ୟାଣ୍ଟମ ଫିଲ୍ମସ ସହ ସୋନି ପିକଚର ନେଟୱାର୍କରେ ପ୍ରଯୋଜିତ କରାଯାଇଛି ।

ABOUT THE AUTHOR

...view details