ଓଡିଶା

odisha

ETV Bharat / sitara

ନାଁ ବଦଳାଇଲେ, ପିଲାଙ୍କ କଷ୍ଟଡି ମାଗିଲେ ନୱାଜୁଦ୍ଦୀନଙ୍କ ପତ୍ନୀ

ନୱାଜଙ୍କ ଠାରୁ ଛାଡପତ୍ର ନେବାକୁ ଯାଉଥିବା ତାଙ୍କ ପତ୍ନୀ ଆଲିୟା ସିଦ୍ଦିକୀଙ୍କ ବଡ ଖୁଲାସା। ନେବାକୁ ଚାହୁଁଛନ୍ତି ପିଲାଙ୍କ କଷ୍ଟଡି।

By

Published : May 21, 2020, 12:56 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ଭର୍ସାଟାଇଲ ଆକ୍ଟର ନୱାଜୁଦ୍ଦୀନ ସିଦ୍ଦିକୀଙ୍କ ବୈବାହିକ ଜୀବନରେ ଫାଟକ। ତାଙ୍କ ପତ୍ନୀ ଆଲିୟା ସିଦ୍ଦିକୀ ସ୍ତିର କରିସାରିଲେଣି ତାଙ୍କୁ ତଲାକ ଦେବା ପାଇଁ। ନିକଟରେ ସେ ହ୍ବାଟ୍ସଆପ ଓ ଇ-ମେଲ ଜରିଆରେ ତଲାକ ନୋଟିସ୍ ପଠାଇଥିଲେ। ଯାହାକୁ ନେଇ ସବୁ ମହଲରେ ଚର୍ଚ୍ଚାରେ। ତଲାକ ନୋଟିସ୍ ସହ ସେ ପିଲାଙ୍କ କଷ୍ଟଡି ମଧ୍ୟ ମାଗିଛନ୍ତି । ନିକଟରେ ଆଲିୟା ଏକ ସାକ୍ଷାତକାରରେ ତଲାକ ନେବାର କାରଣ ଉପରେ ଆଲୋଚନା ଦୁଃଖ ବଖାଣି ଥିଲେ।

ସେ କହିଥିଲେ ନିଜ ପୂର୍ବ ନାମ ଅଞ୍ଜଲି ସହ ସେ ଫେରିସାରିଛନ୍ତି । କାରଣ ସେ ଚାହୁଁନାହାଁନ୍ତି ନୱାଜଙ୍କ ସହ ତାଙ୍କ ସମ୍ପର୍କ ଭାଙ୍ଗିବା ପରେ ଲୋକ କହନ୍ତୁ କି ନୱାଜଙ୍କ ନାମ ବ୍ୟବହାର କରୁଛନ୍ତି। ଦୁଇଜଣଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିବା ଫାଟକର କାରଣ ନୱାଜଙ୍କ ଭାଇ ଶମାସ ନୱାବ ସିଦ୍ଦୀକୀ। ତାଙ୍କ ପୂର୍ବରୁ ନୱାଜ, ସିବାଙ୍କୁ ବିବାହ କରିଥିଲେ । ଯାହା କିଛି ଦିନ ମଧ୍ୟରେ ଭାଙ୍ଗିଯାଇଥିଲା।

ଏମିତି ଅନେକ ଜିନିଷ ଅଛି ଯାହା ସେ ସାର୍ବଜନିକ କରିବାକୁ ଚାହୁଁନାହାଁନ୍ତି । ଲକଡାଉନ ସମୟରେ ସେ ବହୁତ ଚିନ୍ତା କରିବା ପରେ ଭାବିଥିଲେ ବିବାହରେ ସ୍ବାଭିମାନ ବହୁତ ଆବଶ୍ୟକ । ଯାହା ତାଙ୍କ ପାଇଁ ଶେଷ ହୋଇସାରିଥିଲା । ତାଙ୍କୁ ଅନୁଭବ ହେଉଥିଲା ଯେମିତି ତାଙ୍କର କିଛି ନାହିଁ। ନୱାଜଙ୍କ ସହ ତାଙ୍କ ସମ୍ପର୍କକୁ ଭାଙ୍ଗିବା ପଛରେ କେବଳ ତାଙ୍କ ଭାଇଙ୍କ ହାତ । ଏବେ ବୁଝାମଣାର କୌଣସି ସମ୍ଭାବନା ନାହିଁ । ପିଲାକୁ ସେ ଲାଳନପାଳନ କରିଥିବାରୁ କଷ୍ଟଡି ସେ ନେବାକୁ ଚାହୁଁଛନ୍ତି ବୋଲି କହିଥିଲେ।

ABOUT THE AUTHOR

...view details