ମୁମ୍ବାଇ: ହିନ୍ଦୀ ସିନେମାର ଏମିତି ଜଣେ ଅଭିନେତା ଯିଏ କେବଳ ନିଜ ଜୀବନରେ ସଂଘର୍ଷ କରିନାହାଁନ୍ତି, ବରଂ ବଡ ପରଦାରେ ନିଜ ସଂଘର୍ଷକୁ ସଫଳ କରାଇଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ନୱାଜୁଦ୍ଦିନ ସିଦ୍ଦିକି। ଦୀର୍ଘ ବର୍ଷର ସଂଘର୍ଷ ପରେ ଆଜି ସେ ବଲିଉଡ ଲୋକପ୍ରିୟ ଅଭିନେତାଙ୍କ ମଧ୍ୟରେ ଅନ୍ୟତମ । ସବୁବେଳେ ନିଜ ନିଆରା ଅଭିନୟ ଜରିଆରେ ଦର୍ଶକଙ୍କ ହୃଦୟ ଜିତିନ୍ତି ସେ। ତାଙ୍କର ପ୍ରଶଂସକ କେବଳ ଭାରତରେ ନୁହଁନ୍ତି ସମଗ୍ର ବିଶ୍ବରେ ଅଛନ୍ତି। ଆଜି ଏହି ମହାନ ଅଭିନେତାଙ୍କ 47ତମ ଜନ୍ମଦିନ । ଏହି ଅବସରରେ ନଜର ପକାଇବା ତାଙ୍କ ଫିଲ୍ମ କ୍ୟାରିୟର ଉପରେ...
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର 1974 ମେ 19ରେ ଜନ୍ମିତ ନୱାଜଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକ ନାହିଁ । କାରଣ ତାଙ୍କ ଅଭିନୟ ହି ତାଙ୍କ ପରିଚୟ । ଆମୀର ଖାନଙ୍କ ସୁପରହିଟ୍ ଫିଲ୍ମ ‘ସରଫରୋସ’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିବା ନୱାଜ ଆଜି ବଲିଉଡର ଲୋକପ୍ରିୟ ଅଭିନେତା ରୂପେ ବିବେଚିତ ହେଉଛନ୍ତି ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର ‘ସରଫରୋସ’ ପରେ ଫେମସ ନିର୍ମାତା ତଥା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଫିଲ୍ମ ‘ସୁଲ’, ‘ଜଙ୍ଗଲ’ ଓ ରାଜକୁମାର ହିରାନୀଙ୍କ ‘ମୁନ୍ନା ଭାଇ ଏମବିବିଏସ’ରେ ଛୋଟ ଭୂମିକାରେ ନଜର ଆସିଥିଲେ ଅଭିନେତା । ମୁମ୍ବାଇ ଆସିବା ପରେ ସେ ଟିଭି ସିରିଏଲରେ କାମ ଖୋଜିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଅଧିକ ସଫଳତା ପାଇପାରିଲେନି । ସେ ଦିବଙ୍ଗତ ଅଭିନେତା ଇରଫାନ ଖାନଙ୍କ ସହ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ଦି ବାଇପାସ୍’ (2003)ରେ କାମ କରିଥିଲେ ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର 2002ରୁ 2005 ପର୍ଯ୍ୟନ୍ତ, ତାଙ୍କୁ କୌଣସି ବଡ ପ୍ରୋଜେକ୍ଟ ମିଳିନଥିଲା । ହାତରେ କାମ ନଥିବାରୁ ଆର୍ଥିକ ସମସ୍ୟା ଦେଖିଥିଲେ ସେ । ଯାହାପାଇଁ ତାଙ୍କୁ ଅନ୍ୟ ଚାରି ଜଣଙ୍କ ସହିତ ଫ୍ଲାଟ ସେୟାର କରିବାକୁ ପଡିଲା ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର 2004 ତାଙ୍କ ପାଇଁ ଅତ୍ୟନ୍ତ କଷ୍ଟଦାୟକ ସମୟ ଥିଲା । କାରଣ ଭଡା ଦେବାରେ ଅସମର୍ଥ ଥିଲେ, ତେଣୁ ସେ ରହିବାକୁ ନିଜ ଏନଏସଡି ସିନିୟରଙ୍କୁ ଅନୁରୋଧ କରିଥିଲେ। ଗୋରୋଗାଁ ଆପାର୍ଟମେଣ୍ଟରେ ରହିବା ପାଇଁ ନୱାଜଙ୍କୁ ସବୁବେଳେ ନିଜ ସିନିୟର ପାଇଁ ରୋଷେଇ କରିବାକୁ ପଡୁଥିଲା । ଏହାପରେ ବଢିଚାଲିଥିଲା ନୱାଜଙ୍କ ସଂଘର୍ଷ । ଅନେକ ଫିଲ୍ମରେ ଛୋଟ ଛୋଟ ଭୂମିକାରେ ନଜର ଆସିବେ ପରେ ତାଙ୍କ ହାତରେ ଲାଗିଥିବା ଏକ ବଡ ପ୍ରୋଜେକ୍ଟ । 2010ରେ ଆସିଥିବା ଅନୁଷା ରିଜୱୀଙ୍କ ‘ପିପଲି ଲାଇଭ’ ବଦଳାଇଥିଲା ନୱାଜଙ୍କ ଭାଗ୍ୟ । ଏହି ଫିଲ୍ମରେ ସମ୍ବାଦିକ ଭୂମିକାରେ ଅଭିନୟ କରି ସଫଳତାର ସିଡି ଚଢିଥିଲେ ସେ ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର ଏହାପରେ ସେ ପ୍ରଶାନ୍ତ ଭାର୍ଗବଙ୍କ ‘ପତଙ୍ଗ: ଦ ଫାଇଟ’ରେ ଅଭିନୟ କରିଥିଲେ । 2012ରେ ଆସିଥିବା ଏହି ଫିଲ୍ମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଏବଂ ଟ୍ରାଇବେକା ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇଥିଲା । ଏଥିରେ ସିଦ୍ଦିକିଙ୍କ କାର୍ଯ୍ୟକୁ ଚଳଚ୍ଚିତ୍ର ସମାଲୋଚକ ରୋଜର ଏବର୍ଟ ଉଚ୍ଚ ପ୍ରଶଂସା କରିଥିଲେ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର ଏହା ପରେ ମିଳିତ ଜାତିସଂଘ ଏବଂ କାନାଡାରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇଥିଲା ଏବଂ ନ୍ୟୁୟର୍କ ଟାଇମ୍ସ ସମୀକ୍ଷା ମଧ୍ୟ ସେମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲା | 2012ରେ, ସେ ଅନୁରାଗ କାଶ୍ୟପଙ୍କ ‘ଗ୍ୟାଙ୍ଗସ ଅଫ୍ ୱାସେପୁର’ର ଦ୍ବିତୀୟ ଭାଗରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଏବଂ ଚଳଚ୍ଚିତ୍ର ତାଙ୍କୁ ଜଣେ ଭଲ ଅଭିନେତା ଭାବରେ ପ୍ରତିଷ୍ଠିତ କରିଥିଲା । ଯାହାପରେ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଦେଇଥିଲେ ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର ତାଙ୍କ ଅଭିନୀତ ଫିଲ୍ମ ଗୁଡିକ ହେଲା, ‘କାହାନୀ’, ‘ମାଞ୍ଝୀ: ଦ ମାଉଣ୍ଟେନ ମ୍ୟାନ’, ‘ପତଙ୍ଗ’, ‘ପାନ ସିଂ ତୋମର’, ‘ଚିଟଗାଁ’, ‘ତଲାସ’, ‘ମିସ ଲବଲୀ3, ‘ଆତ୍ମା’, ‘ବମ୍ବେ ଟକିଜ’, ‘ଦ ଲଞ୍ଚ ବକ୍ସ’, ‘ଅନୱର କା ଅଜବ କିସା’, ‘କିକ’, ‘ବଦଲାପୁର’, ‘ବଜରଙ୍ଗୀ ଭାଇଜାନ’, ‘ରମନ ରାଘବ 2.0’, ‘ତିନ’, ‘ଲାୟନ’, ‘ଫ୍ରିକି ଅଲ୍ଲୀ’, ‘ହରାମଖୋର’, ‘ମଣ୍ଟୋ’ ଭଳି ଫିଲ୍ମ ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର ସେହିପରି ସେ ଡିଜିଟାଲ ଦୁନିଆରେ ମଧ୍ୟ ଦେଖାଇସାରିଛନ୍ତି ନିଜ ଅଭିନୟର ଯାଦୁ । ତାଙ୍କ ଡେବ୍ୟୁ ସିରିଜ ‘ସାକ୍ରେଡ ଗେମ୍ସ’କୁ ବେଶ୍ ଲୋକପ୍ରିୟତା ମିଳିଥିଲା । ଏହାର ଦୁଇଟି ଭାଗ ଅନେକ ରେକର୍ଡ ସୃଷ୍ଟି କରିଥିଲା । ‘ସାକ୍ରେଡ ଗେମ୍ସ’ ବ୍ୟତୀତ ସେ ଡିଜିଟାଲ ଫିଲ୍ମ ‘ପେଟ୍ଟା’, ‘ଠାକରେ’, ‘ଘୂମକେତୁ’, ‘ଫଟୋଗ୍ରାଫ’, ‘ରାତ ଅକେଲି ହେ’ ଭଳି ଫିଲ୍ମରେ ଅଭିନୟ କରିସାରିଛନ୍ତି ।
ନୱାଜୁଦ୍ଦିନ@47, ସଂଘର୍ଷରୁ ସୁପରଷ୍ଟାର