ହାଇଦ୍ରାବାଦ: ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କ ନାତୁଣୀ ନଭ୍ୟା ନଭେଲି ନନ୍ଦା ଫିଟନେସକୁ ଧ୍ୟାନ ଦେଇଛନ୍ତି । ନିକଟରେ ନଭ୍ୟାଙ୍କ ଫ୍ୟାନ ପେଜରେ ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ନଭ୍ୟାଙ୍କୁ ୱାର୍କ ଆଉଟ କରୁଥିବାର ଦେଖିବାକୁ ମିଳିଛି ।
ନ୍ୟୁୟର୍କର ରାସ୍ତାରେ ନଭ୍ୟାଙ୍କ ୱାର୍କଆଉଟ - newyorkcity
ମିଜାନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ନଭ୍ୟାଙ୍କ ଏବେ ନୂଆ ଭିଡିଓ ସାମ୍ନାକୁ ଆସିଛି । ଅମିତାଭଙ୍କ ନାତୁଣୀ ନଭ୍ୟା ନ୍ୟୁୟର୍କର ରାସ୍ତାରେ କରିଛନ୍ତି ୱାର୍କଆଉଟ ।
![ନ୍ୟୁୟର୍କର ରାସ୍ତାରେ ନଭ୍ୟାଙ୍କ ୱାର୍କଆଉଟ](https://etvbharatimages.akamaized.net/etvbharat/prod-images/768-512-3589865-thumbnail-3x2-navjpg.jpg)
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/naavyananda
ଭିଡିଓ ସୌଜନ୍ୟ: ଇନଷ୍ଟାଗ୍ରାମ/naavyananda
ଭିଡିଓରେ ନଭ୍ୟା ନ୍ୟୁୟର୍କର ରାସ୍ତାରେ ୱାର୍କଆଉଟ କରୁଛନ୍ତି । ନିଅନ ଗ୍ରୀନର ଟପ ସହ ବଡ୍ଡିଫିଟ ଗ୍ରେ କଲର ପ୍ୟାଣ୍ଟ ପିନ୍ଧିଥିଲେ । ନଭ୍ୟା ୱାର୍କ ଆଉଟକୁ କାଫି ଉପଭୋଗ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ପ୍ରାୟ ଏକଲକ୍ଷ ଲାଇକ ମିଳିସାରିଲାଣି । ତେବେ ନଭ୍ୟା ନ୍ୟୁୟର୍କର ଫୋରଧାମ ୟୁନିଭର୍ସିଟିରେ ପଢୁଛନ୍ତି ।
ପ୍ରକାଶଥାଉକି, ନିକଟରେ ଜାଭେଦ ଜାଫରୀଙ୍କ ପୁଅ ମିଜାନଙ୍କ ସହ ନଭ୍ୟାଙ୍କ ରିଲେସନକୁ ନେଇ ପ୍ରଶ୍ନ ଉଠିଥିଲା ମାତ୍ର ମିଜାନ ସିଙ୍ଗଲ ଅଛନ୍ତି ବୋଲି ସ୍ପଷ୍ଟ କରିଥିଲେ । ତେବେ ଖୁବ ଶୀଘ୍ର ମିଜାନ ଫିଲ୍ମ ‘ମଲାଲ’ ଜରିଆରେ ବଲିଉଡକୁ ଡେବ୍ୟୁ କରିବେ ।