ଓଡିଶା

odisha

By

Published : Jan 11, 2021, 12:22 PM IST

ETV Bharat / sitara

ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚ ଟ୍ବିଟରରେ ମୌନୀଙ୍କ ହଟ୍ ଫଟୋ

ଭୁଲରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚରେ ଟ୍ବିଟରରେ ପୋଷ୍ଟ ହେଲା ମୌନୀଙ୍କ ଫଟୋ । ପରେ ଟ୍ବିଟ କରି ସମସ୍ତଙ୍କୁ କ୍ଷମା ମାଗିଲା ଏନଏସଇ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୌନୀ ରୟ

ମୁମ୍ବାଇ: ଟେଲିଭିଜନରୁ ବଲିଉଡ ମୁହାଁ ଅଭିନେତ୍ରୀ ମୌନ ରୟ ଖୁବଶୀଘ୍ର ମଲ୍ଟି ଷ୍ଟାରର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ । ଯାହାକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । ସେପଟେ ସୋସିଆଲ ମିଡିଆରେ ସବୁବେଳେ ନିଜ ହଟ୍ ଫଟୋ, ଭିଡିଓ ସେୟାର କରି ଫ୍ୟାନ୍ସଙ୍କ ମନ କିଣିଥିବା ମୌନୀଙ୍କୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ଯାହାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ।

କଥାଟି ହେଲା ଯେ ନିକଟରେ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଚ(ଏନଏସଇ) ନିଜ ଅଧିକାରୀକ ଟ୍ବିଟରରେ ମୌନୀଙ୍କ କିଛି ହଟ୍ ଫଟୋ ସେୟାର କରିଥିଲା । ଗତ ଶନିବାର ଏନଏସଇ ସେକ୍ସୀ ଡିଭା, ହଟ୍ ଗାର୍ଲ ଭଳି ହ୍ୟାଶଟ୍ୟାଗ ସହ ମୌନୀଙ୍କ ଫଟୋ ସେୟାର କରି ଚର୍ଚ୍ଚାରେ ।

ସେହିପରି ଭାଇରାଲ ହେଉଥିବା ଫଟୋରେ ମୌନୀଙ୍କ ହଟ୍ ଅବତାର ଦେଖିବାକୁ ମିଳୁଛି । ସେପଟେ ସୋସିଆଲ ମିଡିଆ ୟୁଜର୍ସ ମୌନୀଙ୍କ ଫଟୋ ଏନଏସଇ ସାଇଟ୍‌ରେ ଦେଖି ମଜାକ ଉଡାଇବା ଆରମ୍ଭ କରିଦେଇଥିଲେ । ଭୁଲ ବଶତଃ ମୌନୀଙ୍କ ଫଟୋ ସେୟାର କରିଥିବାରୁ ଏନେଇ କ୍ଷମା ମାଗିଛି ଏନଏସଇ ।

ଅନ୍ୟ ଏକ ଟ୍ବିଟ କରି ଏନଏସଇ କହିଥିଲା, ‘ଦ୍ବିପହର 12.25ରେ ଏନଏସଇ ହ୍ୟାଣ୍ଡେଲରେ ଏକ ଭୁଲ ପୋଷ୍ଟ ହୋଇଥିଲା । ଏନଏସ ଆକାଉଣ୍ଟକୁ ପରିଚାଳନା କରୁଥିବା ଏଜେନ୍ସି ଦ୍ବାରା ଏହା ଏକ ମାନବୀୟ ତ୍ରୁଟି ଏବଂ କୌଣସି ହ୍ୟାକିଂ ହୋଇନାହିଁ | ଅସୁବିଧା ପାଇଁ ଆମେ ଆମର ୟୁଜର୍ସଙ୍କୁ କ୍ଷମା ମାଗିବାକୁ ଚାହୁଁଛୁ |’

ABOUT THE AUTHOR

...view details