ଓଡିଶା

odisha

ETV Bharat / sitara

ଚିରସ୍ଥାୟୀ ନୁହେଁ ଫେମ, କହିଲେ ଆୟୁଷ୍ମାନ - ଖ୍ୟାତି ବିଷୟରେ ବୁଝାଇଲେ ଆୟୁଷ୍ମାନ

ଭାଇରାଲ ହେଲା ଆୟୁଷ୍ମାନଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ଜୀବନର ଖ୍ୟାତି ଉପରେ ଲେଖିଲେ ଏମିତି କିଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Apr 7, 2021, 12:36 PM IST

ମୁମ୍ବାଇ: ବଲିଉଡର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ଫ୍ୟାନ୍ସଙ୍କ ପାଇଁ କିଛି ନା କିଛି ସେୟାର କରୁଥିବାର ନଜର ଆସନ୍ତି । ଏଥର ଜାତୀୟ ପୁରସ୍କାର ବିଜେତା ଜୀବନର ଖ୍ୟାତି ବିଷୟରେ ଲେଖିଛନ୍ତି ମନ କଥା । ଯାହାକୁ ନେଇ ଚର୍ଚ୍ଚା ।

ସେ ଇନଷ୍ଟାଗ୍ରାମରେ ମଙ୍ଗଳବାର ନିଜର ଏକ ଫଟୋ ପୋଷ୍ଟ କରି ଲେଖିଥିଲେ, ‘ଏହି ଖ୍ୟାତି ଜଗତ ମୁକ୍ତ ନୁହେଁ । ଏହା ଲାଗୁଛି ଯେ ଆପଣ ଏକ କୋଠରୀରେ ଅଛନ୍ତି, କମ୍ ସ୍ଥାନ, କମ୍ ସମୟ, କମ ଯୋଗାଯୋଗ, କମ୍ ସାଙ୍ଗ । କୋଠରୀ ବାହାରେ ଏକ ବିରାଟ ଭିଡ ଅଛି, କ୍ରମାଗତ ଭାବରେ କବାଟ ବାଡେଇ ଭିତରକୁ ଆସିବାକୁ ଚାହୁଁଛନ୍ତି । ଯେତେବେଳେ ଖ୍ୟାତି ଦୂର ହେବ, ଆପଣ ପୁନର୍ବାର ଏକାକୀ କୋଠରୀରେ ରହିବେ, ଅଧିକ ସମୟ, ଅତିରିକ୍ତ ବଡ ସ୍ଥାନ, ବହୁତ କମ୍ ସାଙ୍ଗମାନଙ୍କ ସହିତ। କେବଳ ପାର୍ଥକ୍ୟ ହେବ ଯେ ବାହାରୁ କେହି ଠକ୍ ଠକ୍ କରିବେ ନାହିଁ ।’

ତାଙ୍କ ଏହି ପୋଷ୍ଟ ପଢି ବର୍ତ୍ତମାନ ଫ୍ୟାନ୍ସ ଆଶ୍ଚର୍ଯ୍ୟ । କାରଣ ଖ୍ୟାତି ବିଷୟରେ ତାଙ୍କର ଏପରି ଲେଖିବା ସମସ୍ତଙ୍କୁ ଟିକେ ଚକିତ କରିଛି । ସେପଟେ ସମସ୍ତଙ୍କ କମେଣ୍ଟରେ ତାଙ୍କର ଏହାର କାରଣ ପଚାରୁଛନ୍ତି ।

ଯଦି ତାଙ୍କ ଫିଲ୍ମ ବିଷୟରେ କଥା ହେବା ତାହାଲେ ସେ ନିର୍ଦ୍ଦେଶକ ଅଭିଷେକ କପୁରଙ୍କ ଆଗାମୀ ରୋମାଣ୍ଟିକ ଫିଲ୍ମ ‘ଚଣ୍ଡି ଗଡ କରେ ଆଶିକୀ’ରେ ନଜର ଆସିବେ । ପ୍ରଥମଥର ସେ ଏହି ଫିଲ୍ମରେ ସେକ୍ସି ଅଭିନେତ୍ରୀ ବାନୀ କପୁରଙ୍କ ସହ କରିବେ ରୋମାନ୍ସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details