ଓଡିଶା

odisha

ETV Bharat / sitara

ନତାଶା ସୂରୀ କରୋନା ସଂକ୍ରମିତ

ଅଭିନେତ୍ରୀ ନତାଶା ସୂରୀଙ୍କ କରୋନା ଟେଷ୍ଟ ପଜିଟିଭ ବାହାରିଛି । ସେ ବର୍ତ୍ତମାନ ହୋମ କ୍ବାରେଣ୍ଟାଇନରେ ଅଛନ୍ତି । କରୋନା ହେତୁ ନତାଶା ତାଙ୍କର ଆଗାମୀ ୱେବ୍ ସିରିଜ୍ 'ଡେନଜରସ୍'ର ପ୍ରମୋଶନରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଅଧିକ ପଢନ୍ତୁ...

natasha suri tests covid 19 positive
ନତାଶା ସୂରୀ କରୋନା ସଂକ୍ରମିତ

By

Published : Aug 9, 2020, 5:18 PM IST

ମୁମ୍ବାଇ: ଦିନକୁ ଦିନ କରୋନାଭାଇରସ ବଢିବାରେ ଲାଗିଛି । ଏଭଳି ପରିସ୍ଥିତିରେ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ କ୍ରମାଗତ ଭାବରେ ଖରାପ ଖବର ବାହାରକୁ ଆସୁଛି ।

ଅନେକ ସେଲିବ୍ରିଟି କରୋନା ସଂକ୍ରମିତ ହେଉଛନ୍ତି । ଯେଉଁଥିରେ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ପାର୍ଥ ସମଥାନଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ ।

ଏହା ପରେ ଅଭିନେତ୍ରୀ ନତାଶା ସୂରୀଙ୍କ ମଧ୍ୟ କରୋନା ପଜିଟିଭ ବୋଲି ଜଣାପଡିଛି ।

ନତାଶାଙ୍କୁ ଏମଏକ୍ସ ପ୍ଲେୟାରର ଆଗାମୀ ୱେବ୍ ସିରିଜ୍ 'ଡେନଜରସ୍'ରେ ଦେଖିବାକୁ ମିଳିବ । ଯେଉଁଥିରେ କରଣ ସିଂ ଗ୍ରୋଭର ଏବଂ ବିପାଶା ବସୁଙ୍କ ଯୋଡି ମଧ୍ୟ ନଜର ଆସିବେ ।

ଏକ ସାକ୍ଷାତକାରରେ ନତାଶା କହିଛନ୍ତି, 6 ଦିନ ପୂର୍ବରୁ ମୋତେ କିଛି ଜରୁରୀ କାର୍ଯ୍ୟ ପାଇଁ ପୁନେ ଯିବାକୁ ପଡିଥିଲା । ମୁଁ ସେଠାରୁ ଫେରିବା ପରେ ଜ୍ୱର ଅନୁଭବ କଲି । ତେଣୁ ମୁଁ କରୋନା ଟେଷ୍ଟ କରିବା ପରେ ମୋର ରିପୋର୍ଟ ପଜିଟିଭ ବାହାରିଲା । ବର୍ତ୍ତମାନ, ମୁଁ ହୋମ କ୍ବାରେଣ୍ଟାଇନରେ ଅଛି ।

କରୋନା ହେତୁ ନତାଶା ତାଙ୍କର ଆଗାମୀ ୱେବ୍ ସିରିଜ୍ 'ଡେନଜରସ୍'ର ପ୍ରମୋଶନରେ ଅଂଶ ଗ୍ରହଣ କରିପାରିବେ ନାହିଁ । ଯେଉଁଥି ପାଇଁ ସେ ବହୁତ ଦୁଖିତ ।

ନତାଶା 2016 ରେ ମାଲାୟାଲମ୍ ଚଳଚ୍ଚିତ୍ର 'କିଙ୍ଗ୍ ଲାଅର୍' ରୁ ଅଭିନୟ ଆରମ୍ଭ କରିଥିଲେ ।

ପ୍ରକାଶ ଥାଉ କି, ଅଗଷ୍ଟ 14 ରେ ୱେବ୍ ସିରିଜ୍ ୱେବ୍ ସିରିଜ୍ 'ଡେନଜରସ୍' ଏମଏକ୍ସ ପ୍ଲେୟାରରେ ଷ୍ଟ୍ରିମ୍ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details