ମୁମ୍ବାଇ: ଚଳିତ ବର୍ଷ ଅନେକ ବଲିଉଡ୍ ଷ୍ଟାର ବିବାହ ବନ୍ଧନରେ ବାନ୍ଧି ହେବାର ଖବର ଶୁଣିବାକୁ ମିଳୁଛି । ଯାହାକୁ ନେଇ କିଛିଦିନ ହେବ ଅଭିନେତା ବରୁଣ ଧୱନ ଏବଂ ନତାଶା ଦଲାଲଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋରସୋରରେ ଚାଲିଛି ।
ଏବେ ଶୁଣିବାକୁ ମିଳିଛି ଯେ, ବରୁଣ ଏବଂ ନତାଶା ଆସନ୍ତା 24ରେ ଆଲିବାଗରେ ବିବାହ କରିବାକୁ ଯାଉଛନ୍ତି ।
ବାସ୍ତବରେ, ବରୁଣ ଏବଂ ନତାଶାଙ୍କୁ 2020 ମସିହାରେ ବିବାହ କରିବାର ଥିଲା, କିନ୍ତୁ କୋରୋନା ଯୋଗୁଁ ସେମାନଙ୍କ ବିବାହକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ 2021ରେ ସେମାନଙ୍କର ବିବାହ ଖବର ସାମ୍ନାକୁ ଆସିଛି । ବିବାହ ପ୍ରସ୍ତୁତି ମଧ୍ୟରେ ବରୁଣଙ୍କ ପିତା ଡେଭିଡ, ମାତା ଲାଲୀ, ଭାଇ ରୋହିତ ଏବଂ ତାଙ୍କ ପରିବାର ବିବାହ ସ୍ଥଳ 'ଦ ମ୍ୟାନସନ୍ ହାଉସ'ରେ ପହଞ୍ଚିଛନ୍ତି।
ଆଜି(ଶୁକ୍ରବାର) ସକାଳେ ସମସ୍ତେ ନିଜ ଜୁହୁ ଘରୁ ଆଲିବାଗ ଅଭିମୁଖେ ଯାତ୍ରା କରିଥିଲେ । ଡେଭିଡଙ୍କ ବଡ ଭାଇ ଅନୀଲ ଏବଂ ତାଙ୍କ ଝିଅ ଅଞ୍ଜନି ଏବଂ ପତ୍ନୀଙ୍କ ସହ ଆଲିବାଗର ମାଣ୍ଡୱା ଜେଟିରେ ପହଞ୍ଚିଛନ୍ତି । ଏଥିସହିତ ବରୁଣ ତାଙ୍କ ପିଲାଦିନର ବନ୍ଧୁ ତଥା ଫ୍ୟାଶନ ଡିଜାଇନର୍ ନତାଶା ଦଲାଲଙ୍କୁ ବିବାହ କରିବାକୁ ଯାଉଥିବା ଫ୍ୟାଶନ ଡିଜାଇନର୍ ନତାଶା ଦଲାଲ ମଧ୍ୟ ଆଜି ତାଙ୍କ ପରିବାର ସହିତ 'ଦ ମ୍ୟାନସନ୍ ହାଉସ'ରେ ପହଞ୍ଚିଛନ୍ତି ।
ସୂଚନା ଅନୁଯାୟୀ, ଆସନ୍ତା 24ରେ ଆଲିବାଗର ଲଜ୍ୟୁରୀ ରିସର୍ଟ 'ଦ ମେଶସନ ହାଉସ'ରେ ବରୁଣ ଏବଂ ନତାଶା ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ସେମାନଙ୍କର ବିବାହ ରୀତିନୀତି 23 ଜାନୁୟାରୀରୁ ଆରମ୍ଭ ହେବ । ଏହା ପରେ, ବରୁଣ ଏବଂ ନତାଶା ଜାନୁଆରୀ 24ରେ ଉଭୟ ପରିବାର ସଦସ୍ୟଙ୍କ ଉପସ୍ଥିତିରେ ବିବାହ କରିବେ ।
ପ୍ରକାଶ ଥାଉ କି, 'ଦ ମ୍ୟାନସନ୍ ହାଉସ’ ରିସୋର୍ଟରେ ସମସ୍ତ ଆଧୁନିକ ସୁବିଧା ସହିତ ସମୁଦାୟ 25 ରୁମ୍ ଅଛି ।