ମୁମ୍ବାଇ: ଫେମସ ଅଭିନେତା ନସିରୁଦ୍ଦିନ ଶାହା କମେଡି ଫିଲ୍ମ 'ରାମପ୍ରସାଦ କି ତେହେରଭି'ରେ ନଜର ଆସିବେ । ଏହି ଚଳଚ୍ଚିତ୍ରକୁ ଅଭିନେତ୍ରୀ ସୀମା ପାହୱା ନିର୍ଦ୍ଦେଶନା ଦେଇଛନ୍ତି ।
ଏହି ଫିଲ୍ମ ବିଷୟରେ ଭେଟେରାନ୍ ଅଭିନେତା କହିଛନ୍ତି ଯେ, ଏହା ଏକ ଗୁରୁତ୍ବପୂର୍ଣ୍ଣ ଚଳଚ୍ଚିତ୍ର ଯାହା ବାସ୍ତବତାକୁ ଚିତ୍ରଣ କରିଥାଏ । 'ମୁଁ ବିଶ୍ବାସ କରେ ଯେ ଏକ ମହତ୍ବପୂର୍ଣ୍ଣ ଚଳଚ୍ଚିତ୍ର ହେଉଛି ଯାହା ଫିଲ୍ମ ମାଧ୍ୟମରେ ନିଜର ଦୁନିଆ, ଯୁଗର ପ୍ରକୃତ ସତ୍ୟତାକୁ କହିଥାଏ । ସୀମା ତାଙ୍କ ଜୀବନରେ ଅନେକ ଚଳଚ୍ଚିତ୍ରର ଉଦାହରଣ ଦେଖିଛନ୍ତି ଏବଂ ଆପଣମାନେ ଏହି ଚଳଚ୍ଚିତ୍ରରେ ତାଙ୍କର ମହତ୍ତ୍ବକୁ ଦେଖିବାକୁ ପାଇବେ । ଏହି ଚଳଚ୍ଚିତ୍ରରେ, ପରିବାରରେ ମୃତ୍ୟୁ ପରେ ଘଟୁଥିବା ପରିସ୍ଥିତିରେ ସମଗ୍ର ପରିବାର ମଧ୍ୟରେ ଘଟିଥିବା ଅଜବ ଘଟଣାକୁ ଦେଖିବାକୁ ମିଳିବ ।