ନୂଆଦିଲ୍ଲୀ: ନିକଟରେ କବି, ଲେଖକ ତଥା ଗୀତିକାର ହୁସେନ୍ ହାଇଦ୍ରୀ ଟ୍ବିଟରରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ବଲିଉଡ ଅଭିନେତା ନସିରୁଦ୍ଦିନ ଶାହା ତାଙ୍କ କବିତା 'ହିନ୍ଦୁସ୍ତାନୀ ମୁସଲମାନ' ପଢୁଥିବାର ନଜର ଆସିଛନ୍ତି । ଇଣ୍ତିୟାନ କଲ୍ଚର ଫୋରମ୍ ପାଇଁ ନସିରୁଦ୍ଦିନ ଏହି କବିତା ପଢୁଥିଲେ ।
ବର୍ତ୍ତମାନ କବି ହୁସେନ୍ ଏହାର ଦୁଇଟି ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓ ସେୟାର କରି ହୁସେନ୍ ଲେଖିଛନ୍ତି ଯେ, ମୋର କବିତା 'ହିନ୍ଦୁସ୍ତାନୀ ମୁସଲମାନ' ପଢୁଛନ୍ତି ନସିରୁଦ୍ଦିନ ଶାହା ।
ଅନ୍ୟ ଏକ ଟୁଇଟ୍ରେ ସେ ଲେଖିଛନ୍ତି, "ଏହା ମୋର ଆନନ୍ଦ ଏବଂ ଏକ ଗୌରବର ବିଷୟ "।
ହୁସେନ୍ ଅନ୍ୟ ଏକ ଟ୍ବିଟରେ ଲେଖିଛନ୍ତି, "ପ୍ରକୃତରେ ଏହା ଏକ 10 ମାସ ପୁରୁଣା ଭିଡିଓ । ମୁଁ ଆଜି ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ବିଷୟରେ ଜାଣିବାକୁ ପାଇଲି । ମୁଁ ଏହାକୁ ଇଣ୍ତିୟାନ କଲ୍ଚର ଫୋରମ୍ ର ହ୍ୟାଣ୍ଡେଲରେ ଦେଖିଲି । ତେଣୁ ମୁଁ ଏହାକୁ ଏଠାରେ ସେୟାର କରିଛି" । ହୁସେନ୍ ମଧ୍ୟ ଏହା ସହିତ ଏକ ଲିଙ୍କ୍ ସେୟାର କରିଛନ୍ତି । ଏଥିରେ ନସିରୁଦ୍ଦିନ ପୁରା କବିତା ପଢୁଥିବାର ନଜର ଆସିଛନ୍ତି ।
ହୁସେନ୍ ପ୍ରଥମେ 2017 ମସିହାରେ ମୁମ୍ବାଇରେ ଏକ ଆର୍ଟ କାର୍ଯ୍ୟକ୍ରମରେ 'ହିନ୍ଦୁସ୍ତାନୀ ମୁସଲିମ୍' କବିତା ପଢିଥିଲେ । ଏହାର ଭିଡିଓ ସେୟାର ହେବା ପରେ ଏହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା ।