ହାଇଦ୍ରାବାଦ: କୋରୋନା ଭାଇରସ ଓ ଲକଡାଉନ ଯୋଗୁଁ ସମସ୍ତ ଇଣ୍ଡଷ୍ଟ୍ରିରେ ସମସ୍ୟା ଦେଖାଦେଇଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ପଡିଛି । ହଲିଉଡଠାରୁ ଟଲିଉଡ ଯାଏଁ ସବୁ ବିପୁଳ କ୍ଷତି ସହିବା ନିଶ୍ଚିତ ହୋଇଛି । ଫିଲ୍ମ ଷ୍ଟାରଙ୍କ ଅପେକ୍ଷା ଅଧିକ କ୍ଷତି ସହୁଛନ୍ତି ଇଣ୍ଡଷ୍ଟ୍ରିରେ କାମ କରୁଥିବା ହଜାର ହଜାର ଦିନ ମଜୁରିଆ । ସବୁ ସୁଟିଂ ବାତିଲ ହେବା ପରେ ଏମାନଙ୍କ ଗୁଜୁରାଣ ମେଣ୍ଟିବା ନେଇ ଆଶଙ୍କା ଦେଖାଦେଇଛି ।
ତେବେ ଏପରି ସମୟରେ ଏହି ଗରିବ ଦିନ ମଜୁରିଆଙ୍କ ପାଇଁ ହାତ ବଢାଇଛନ୍ତି ସମସ୍ତ ଫିଲ୍ମ ଷ୍ଟାର । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରାୟ ସମସ୍ତ ଆଗଧାଡିର ଷ୍ଟାର ଦିନ ମଜୁରିଆଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଚିରଞ୍ଜିବୀ, ମହେଶ ବାବୁ, ଅଲୁ ଅର୍ଜୁନ, ରାମ ଚରଣଙ୍କ ଭଳି ଆକ୍ଟର ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କ ଫଣ୍ଡ ସମେତ ଏଫଇଏଫଏସଆଇକୁ ବିପୁଳ ଅର୍ଥ ପ୍ରଦାନ କରିଛନ୍ତି । ଏହି ତାଲିକାରେ ସାମିଲ ହୋଇଛନ୍ତି ଆଉ ଜଣେ ଷ୍ଟାର ନାଗାର୍ଜୁନ । ସେ ଫଣ୍ଡକୁ 1 କୋଟି ଦାନ କରିବା ସହ ସହାୟତା ଦେଇଥିବା ସମସ୍ତ କଳାକାରଙ୍କୁ ପ୍ରଶଂସା କରିଛନ୍ତି ।