ମୁମ୍ବାଇ: କଙ୍ଗନା ରଣାୱତଙ୍କ ବିବାଦ ଥମିବାର ନାଁ ନେଉନାହିଁ । ନିଜର ଅପକମିଂ ଫିଲ୍ମ ଜଜମେଣ୍ଟାଲ ହେ କ୍ୟା ଗୀତ ଲଞ୍ଚିଂ ଇଭେଣ୍ଟରେ ଜଣେ ସାମ୍ବାଦିକ ଜଷ୍ଟିନ ରାଓଙ୍କ ସହ ବିବାଦ ମାମଲା ବର୍ତ୍ତମାନ ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାପରେ କଙ୍ଗନା କ୍ଷମା ମାଗିବାକୁ ପ୍ରସ୍ତୁତ ନ ଥିଲେ । ତେଣୁ ସେ ନିଜକୁ ବ୍ୟାନ କରିବାକୁ ଏକ ଭିଡିଓ ମାଧ୍ୟମରେ ମିଡିଆକୁ ଅନୁରୋଧ କରିଥିଲେ ।
‘କଙ୍ଗନାଙ୍କୁ ବ୍ୟାନ କରାଯାଉ’ - boycott
କଙ୍ଗନା ଓ ସାମ୍ବାଦିକ ଜଷ୍ଟିନଙ୍କ ବିବାଦ ଉପରେ ଏବେ ସାମ୍ନାକୁ ଆସିଛି ମୁମ୍ବାଇ ପ୍ରେସ କ୍ଲବର ପ୍ରତିକ୍ରିୟା । କଙ୍ଗନାଙ୍କୁ ବ୍ୟାନ କରିବା ପ୍ରସଙ୍ଗରେ ଏକମତ ପ୍ରେସ କ୍ଲବ ।
ଇତିମଧ୍ୟରେ କଙ୍ଗନାଙ୍କ ମାମଲାରେ ମୁମ୍ବାଇ ପ୍ରେସ କ୍ଲବ ମଧ୍ୟ ନିଜ ପ୍ରତିକ୍ରିୟା ରଖିଛି । ଶୁକ୍ରବାର ମୁମ୍ବାଇ ପ୍ରେସ କ୍ଲବ କଙ୍ଗନାଙ୍କୁ ବଲିଉଡ ମିଡିଆରେ ବ୍ୟାନ କରିବା କଥା ଉପରେ ସମର୍ଥନ ଜାହିର କରିଛି । ପ୍ରେସ କ୍ଲବ ଇଣ୍ଟରଟେନମେଣ୍ଟ ଜର୍ନାଲିଷ୍ଟ ଗିଲ୍ଡ କଙ୍ଗନାଙ୍କୁ ବୟକଟ କରିବାର ନିଷ୍ପତ୍ତିକୁ ଠିକ କହିଛି । କ୍ଲବର ମେମ୍ବର୍ସ କହିଛନ୍ତି ଯେ କଙ୍ଗନା ମିଡିଆ ପ୍ରତି ଦୁର୍ବ୍ୟବହାର କରିଛନ୍ତି । ଯେପରି ସେ ପିଟିଆଇ ସାମ୍ବାଦିକ ଜଷ୍ଟିନଙ୍କ ସହ ଯୁକ୍ତିତର୍କ କରିଥିଲେ, ତାହା ଆଦୌ ଗ୍ରହଣୀୟ ନୁହେଁ ।
ପ୍ରକାଶ ଥାଉକି ଗୀତ ଲଞ୍ଚି ଇଭେଣ୍ଟରେ କଙ୍ଗନା ନିଜର ପୂର୍ବ ଫିଲ୍ମ ମଣିକର୍ଣ୍ଣିକାକୁ ନେଇ ଜଷ୍ଟିନଙ୍କ ସହ ଯୁକ୍ତିତର୍କ କରିଥିଲେ । ଯାହା ବର୍ତ୍ତମାନ କଙ୍ଗନାଙ୍କ ଉପରେ ଭାରି ପଡୁଛି ।