ଓଡିଶା

odisha

ETV Bharat / sitara

Pornography Case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଲୁକ୍କାୟିତ ଆଲମାରୀ - ପୋର୍ଣ୍ଣଗ୍ରାଫି କେସ୍

ଅଶ୍ଳୀଳ ଚଳଚ୍ଚିତ୍ର ମାମଲାର ଯାଞ୍ଚ ସମୟରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ରାଜକୁନ୍ଦ୍ରାଙ୍କ ଏକ ଲୁକ୍କାୟିତ ଆଲମାରୀ । ଅଧିକ ପଢନ୍ତୁ...

pornography case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଲୁକ୍କାୟିତ ଆଲମାରୀ
pornography case: କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ଲୁକ୍କାୟିତ ଆଲମାରୀ

By

Published : Jul 25, 2021, 1:25 PM IST

ମୁମ୍ବାଇ:ଅଶ୍ଳୀଳ ଚଳଚ୍ଚିତ୍ର ମାମଲାର ଯାଞ୍ଚ ସମୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ଅଭିନେତା ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ଭିଆନ ଏବଂ ମୁମ୍ବାଇର ଅନ୍ଧେରୀରେ JL ଷ୍ଟ୍ରିମ ଅଫିସରେ ଏକ ଲୁକ୍କାୟିତ ଆଲମାରୀ ପାଇଛି ।

ସୂଚନାନୁସାରେ, ରାଜ କୁନ୍ଦ୍ରା ଖୁବଶୀଘ୍ର ତାଙ୍କ ବିରୋଧରେ ମନି ଲଣ୍ଡରିଂ ଏବଂ ବୈଦେଶିକ ବିନିମୟ ପରିଚାଳନା ଆଇନ (FEMA) ମାମଲାର ସମ୍ମୁଖୀନ ହେବେ । କାରଣ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍ (ଇଡି) ତାଙ୍କ ବିରୋଧରେ ଏହି ଆକ୍ଟ ଅନୁଯାୟୀ ମାମଲା ପଞ୍ଜିକରଣ କରିବାର ସମ୍ଭାବନା ରହିଛି ।

ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ 45 ବର୍ଷୀୟ କୁନ୍ଦ୍ରାଙ୍କୁ ଜୁଲାଇ 19 ରେ ମୁମ୍ବାଇ ପୋଲିସ ଗିରଫ କରି 23 ପର୍ଯ୍ୟନ୍ତ ପୋଲିସ ହେପାଜତରେ ରଖାଯାଇଥିଲା । ସେ ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଏବଂ ଆପ୍ ମାଧ୍ୟମରେ ସେଗୁଡିକୁ ପବ୍ଲିସ କରିବା ଅଭିଯୋଗରେ ଗିରଫ ହୋଇଥିଲେ ।

ମୁମ୍ବାଇ ପୋଲିସ୍ ରାଜ କୁନ୍ଦ୍ରାଙ୍କୁ ମହିଳାମାନଙ୍କର ଅଶ୍ଳୀଳ ଫୋଟୋ ଓ ଭିଡିଓ ଉତ୍ତୋଳନ ଅଭିଯୋଗରେ ମୁଖ୍ୟ ଷଡଯନ୍ତ୍ରକାରୀ ଭାବରେ ନାମିତ କରିଛି । ଏଥିସହ ତାଙ୍କ ଉପରେ ଧାରା 420 (ପ୍ରତାରଣା), 34 (ବ୍ୟକ୍ତିଗତ ଉଦ୍ଦେଶ୍ୟ), 292 ଏବଂ 293 ଲଗାଯାଇଛି ।

@ANI

ABOUT THE AUTHOR

...view details