ହାଇଦ୍ରାବାଦ: ଐଶଙ୍କ ବିଷୟରେ ବିବାଦୀୟ ମିମି ସେୟାର କରି ଅଡୁଆରେ ପଡିଯାଇଛନ୍ତି ଅଭିନେତା ବିବେକ ଓବରୟ । ସୋସିଆଲ ମିଡିଆରେ ଏହା ଭାଇରାଲ ହେବା କାରଣରୁ ବିବେକଙ୍କୁ ଅନେକ ଧମକ ମିଳୁଛି । ଫଳରେ ତାଙ୍କୁ ପୋଲିସର ସହାୟତା ନେବାକୁ ପଡିଛି ।
ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଲେ ବିବେକ - ani
ଅଭିନେତା ବିବେକ ଓବରୟଙ୍କୁ ସୁରକ୍ଷା ଦେଇଛି ମୁମ୍ବାଇ ପୋଲିସ । ବିବାଦୀୟ ମିମି ସେୟାର ପରେ ଅଡୁଆରେ ଫସିଛନ୍ତି ।
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ମୁମ୍ବାଇ ଜୁହୁ ପୋଲିସ ବିବେକଙ୍କୁ ସୁରକ୍ଷା ପ୍ରଦାନ କରିଛି । ତେବେ ପ୍ରକାଶ ଥାଉକି କିଛି ଦିନ ତଳେ ବିବେକ ଓପିନିଅନ ପୋଲ, ଏଗଜିଟ ପୋଲ ଓ ରେଜଲ୍ଟକୁ ନେଇ ତିଆରି ହୋଇଥିବା ନିର୍ବାଚନୀ ମିମିକୁ ଟ୍ବିଟରରେ ସେୟାର କରିଥିଲେ ।
ଏହାପରେ ବିବେକଙ୍କୁ ଶୁଣିବାକୁ ମିଳିଲା ଅନେକ କଥା । ବଲିଉଡ କଳାକାରଙ୍କଠୁ ଆରମ୍ଭ କରି ସାଧାରଣ ୟୁଜର୍ସ ପର୍ଯ୍ୟନ୍ତ ବିବେକଙ୍କୁ ନାନା କଥା କହିଥିଲେ । ପରେ ବିବେକ ଏଥିପାଇଁ କ୍ଷମା ମାଗି ପୋଷ୍ଟ ଡିଲିଟ କରିଦେଇଥିଲେ ।