ଓଡିଶା

odisha

By

Published : Feb 25, 2021, 12:08 PM IST

ETV Bharat / sitara

ହ୍ରିତିକ-କଙ୍ଗନାଙ୍କ ମାମଲା: ଖୁୁୁବଶୀଘ୍ର ହ୍ରିତିକଙ୍କୁ ମିଳିବ ସମନ

ଦୀର୍ଘ ସମୟରୁ ପରସ୍ପରଠୁ ବ୍ରେକଅପ କରିସାରିଥିବା ହ୍ରିତିକ ଓ କଙ୍ଗନାଙ୍କ ଥମୁନି ବିବାଦ । ଖୁବଶୀଘ୍ର ମୁମ୍ବାଇ କ୍ରାଇମ ବ୍ରାଞ୍ଚରେ ହାଜର ହେବେ ହ୍ରିତିକ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ମୁମ୍ବାଇ: ନିକଟରେ ସୁପରଷ୍ଟାର ହ୍ରିତିକ ରୋଶନ ଓ କଙ୍ଗନା ରଣାୱତଙ୍କ ସମ୍ପୃକ୍ତ ଥିବା ମାମଲା ସାଇବର ସେଲ କ୍ରାଇମବ୍ରାଞ୍ଚ ଇଣ୍ଟେଲିଜେନ୍ସ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । କ୍ରାଇମବ୍ରାଞ୍ଚର ଦାୟିତ୍ବରେ ଥିବା ଏବଂ ମୁମ୍ବାଇର ଯୁଗ୍ମ ପୋଲିସ କମିଶନରଙ୍କ ଦ୍ବାରା ଏହି ନିର୍ଦ୍ଦେଶ ଦିଆଯାଇଥିଲା । ଯାହା ଅନୁଯାୟୀ କ୍ରାଇମବ୍ରାଞ୍ଚ ହ୍ରିତିକଙ୍କ ଏଫଆଇଆର ଯାଞ୍ଚ କରିଥାଆନ୍ତେ । ଇତିମଧ୍ୟରେ ଏହି ମାମଲାରେ ପୁଣି ଏକ ବଡ ଖବର ଶୁଣିବାକୁ ମିଳୁଛି ।

କୁହାଯାଉଛି ଯେ ହ୍ରିତିକଙ୍କୁ ମୁମ୍ବାଇ କ୍ରାଇମବ୍ରାଞ୍ଚ ସମନ ପଠାଇବ । ଏହି ମାମଲାଟି ସେହି ସମୟର ଯେବେ 2013 ଏବଂ 2014 ମଧ୍ୟରେ ହ୍ରିତିକଙ୍କୁ କଙ୍ଗନାଙ୍କ ମେଲରୁ 100ଟି ଇମେଲ ମିଳିଥିଲା । ଚର୍ଚ୍ଚା ଜୋର ଧରିଥିଲା ଯେ ଏହି ଇ-ମେଲଗୁଡିକ ଅନ୍ୟ କାହା ଦ୍ବାରା ନୁହେଁ ବରଂ କଙ୍ଗନାଙ୍କ ମେଲ ଆଇଡିରୁ ପଠାଯାଇଥିଲା । ଏହି ସମ୍ପର୍କରେ ହ୍ରିତିକ 2017ରେ ସାଇବର ସେଲରେ ଅଭିଯୋଗ କରିଥିଲେ । ଯାହା ଉପରେ କଙ୍ଗନା ପ୍ରତିକ୍ରିୟାରେ କହିଥିଲେ ଯେ ତାଙ୍କ ଇ-ମେଲ ଆଇଡି ହ୍ୟାକ୍ ହୋଇଥିଲା ଏବଂ ସେ କେବେ ମଧ୍ୟ ହ୍ରିତିକଙ୍କୁ ଇ-ମେଲ କରିନାହାଁନ୍ତି ।

ବର୍ତ୍ତମାନ ଏହି ମାମଲାରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ ହ୍ରିତିକଙ୍କ ଠୁ ସବୁ ସତ ଜଣିବାକୁ ଯାଉଛନ୍ତି । ଏଥିପାଇଁ ତାଙ୍କୁ ସମନ ପଠାଇବାର ଯୋଜନା କରିଛି ।

ABOUT THE AUTHOR

...view details