ମୁମ୍ବାଇ: କୁଇନ କଙ୍ଗନା ରଣାୱତ ସବୁବେଳେ ବିବାଦରେ ରହିବାକୁ ପସନ୍ଦ କରନ୍ତି । କାରଣ ଭଉଣୀ ରଙ୍ଗୋଲୀ ଚାନ୍ଦେଲଙ୍କ ସହ ମିଶି ସେ ପ୍ରାୟତଃ ବିବାଦୟ ବୟାନ ସୋସିଆଲ ମିଡିଆରେ ଦିଅନ୍ତି । ଯାହା ବିରୋଧରେ ନିକଟରେ ଏକ ସଙ୍ଗଠନ ସ୍ବର ଉତ୍ତୋଳନ କରି ଅଭିଯୋଗ ଆଣିଥିଲା । ଏବେ ଏହି ମାମଲାରେ ବମ୍ବେ କୋର୍ଟ ଦୁଇ ଭଉଣୀଙ୍କ ବିରୋଧରେ ଯାଞ୍ଚ ଆଦେଶ ଦେଇଛନ୍ତି। ଦୁଇଜଣଙ୍କ ଉପରେ ଧାର୍ମିକ ଭାବନାକୁ ଆହତ କରିବା ଅଭିଯୋଗ ଲାଗିଛି ।
କଙ୍ଗନା-ରଙ୍ଗୋଲୀଙ୍କ ଅପମାନଜକ ମନ୍ତବ୍ୟ, ଯାଞ୍ଚ ପାଇଁ ଆଦେଶ ଦେଲେ କୋର୍ଟ - ବମ୍ବେ କୋର୍ଟ ଅପଡେଟ ନ୍ୟୁଜ
ଗୋଟିଏ ପରେ ଗୋଟିଏ ବିବାଦୀୟ କାମ କରି ଫସୁଛନ୍ତି କଙ୍ଗନା । ନିକଟରେ ଧାର୍ମିକ ଭାବନାକୁ ଆହତ କରିବା ଅଭିଯୋଗ ଲାଗିଥିଲା । ଯାହା ଉପରେ ବର୍ତ୍ତମାନ ହେବ ଯାଞ୍ଚ ।
କଥାଟି ହେଲା ଯେ ଶସ୍ତା ଲୋକପ୍ରିୟତା ପାଇବା ପାଇଁ ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି କଙ୍ଗନା ଓ ରଙ୍ଗୋଲୀ । ଏହାକୁ ଆଧାର କରି ଉଭୟଙ୍କ ଉପରେ ଏକ ନିର୍ଦ୍ଦିଷ୍ଟ ଧର୍ମ ବିରୁଦ୍ଧରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହି ଅଭିଯୋଗ ଉପରେ ପୋଲିସର ରିପୋର୍ଟ ସହିତ ସିଆରପିସି ଧାରା 202 ଅନୁଯାୟୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।
ପ୍ରକାଶ ଥାଉକି ଗତ କିଛି ଦିନରୁ କଙ୍ଗନା ଓ ମହାରାଷ୍ଟ୍ର ସରକାରଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ସେ ବାରମ୍ବାର ଟ୍ବିଟ କରି ସବୁ ପ୍ରସଙ୍ଗରେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରୁଥିବାର ନଜର ଆସୁଛନ୍ତି ।