ଓଡିଶା

odisha

ETV Bharat / sitara

ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ରେଡ୍, ଡ୍ରଗ୍ସ ଲିଙ୍କରେ 4 ଗିରଫ - ର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ ମାମଲାରେ ଡ୍ରଗ୍ ସିଣ୍ଡିକେଟ୍ ଖୋଜୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଶନିବାର ମୁମ୍ବାଇରେ ଚଢାଉ କରିଥିଲା। ଏନସିବି କରମଜିତ ସିଂ ଆନନ୍ଦଙ୍କୁ ଗିରଫ କରିଛି। କରମଜିତ୍ ପାଖରୁ ବହୁ ପରିମାଣର ଗଞ୍ଜେଇ ଜବତ ହୋଇଛି। ଅନ୍ୟପକ୍ଷରେ, ଦାଦର ୱେଷ୍ଟରେ ଚାଲିଥିବା ଅପରେସନରେ ଦୁଇ ଜଣ ବ୍ୟକ୍ତିଙ୍କ ସହ ଗଞ୍ଜେଇ ଯୋଗାଣାକାରୀ ଆନ୍ଥୋନୀ ଫର୍ଣ୍ଣାଣ୍ଡିସଙ୍କୁ ଗିରଫ କରାଯାଇଛି।

ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ରେଡ୍, ଡ୍ରଗ୍ସ ଲିଙ୍କରେ 4 ଗିରଫ
ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ରେଡ୍, ଡ୍ରଗ୍ସ ଲିଙ୍କରେ 4 ଗିରଫ

By

Published : Sep 13, 2020, 8:44 AM IST

ମୁମ୍ବାଇ: ଧୀରେ ଧୀରେ ଖୋଲୁଛି ଅଭିନେତାଙ୍କ ମୃତ୍ୟୁ ଗୁମର। ସୁଶାନ୍ତ ସିଂ ରାଜପୁତ ଡ୍ରଗ୍ ଲିଙ୍କ ଯାଞ୍ଚ କରୁଥିବା ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ(ଏନସିବି) ଶନିବାର ମୁମ୍ବାଇରୁ କରମ ଜିତ ସିଂ ଆନନ୍ଦଙ୍କୁ ଗିରଫ କରିଛି। ଏବଂ ତାଙ୍କ ନିକଟରୁ ବହୁ ପରିମାଣର ଗଞ୍ଜେଇ ଜବତ କରିଛି।

ଅନୁସନ୍ଧାନରୁ ଜଣାପଡିଛି ଯେ , ଏହି ଲିଙ୍କରେ ସାମିଲ ଥିବା ଆଉ ଜଣେ ଯୁବକ ଅଙ୍କୁଷ ଆର୍ନେଜାଙ୍କ(29) ପାଖରୁ 42 ଗ୍ରାମର ଡ୍ରଗ୍ସ ଏବଂ 1 ଲକ୍ଷ 12,400 ଟଙ୍କା ଜବତ କରିଛି ଏନସିବି। ଏନସିବିର ଗୋଆ ୟୁନିଟ୍ ଦ୍ୱାରା ଅପରେସନ ସଂପର୍କରେ କ୍ରିସ୍ କୋଷ୍ଟାଙ୍କୁ ମଧ୍ୟ ଗିରଫ କରାଯାଇଛି।

ମୁମ୍ବାଇର ବିଭିନ୍ନ ସ୍ଥାନରେ ଏନସିବି ରେଡ୍, ଡ୍ରଗ୍ସ ଲିଙ୍କରେ 4 ଗିରଫ

ଏହି ସମୟ ମଧ୍ୟରେ ଏନସିବି ଦ୍ୱାରା ଗିରଫ ହୋଇଥିବା ଅନୁଜ କେଶଭାନୀଙ୍କୁ ଗିରଫ କରାଯିବା ପରେ ଯାଞ୍ଚ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଛି। ଉକ୍ତ ତଥ୍ୟ ଆଧାରରେ ଏନସିବିର ଯୁଗ୍ମ ନିର୍ଦ୍ଦେଶକ ସମୀର ୱାନକେଡେଙ୍କ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି ମାମଲାରେ ବଲିଉଡର କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରାଯିବ।

ABOUT THE AUTHOR

...view details