ମୁମ୍ବାଇ: ବଲିଉଡର ପ୍ରସିଦ୍ଧ କାଷ୍ଟିଂ ନିର୍ଦ୍ଦେଶକ ମୁକେଶ ଛାବ୍ରା, ଯିଏକି ସ୍ୱର୍ଗତ ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର ନିର୍ଦ୍ଦେଶକ ଅଟନ୍ତି । ମୁକେଶ ଛାବ୍ରା ଏକ ଭାବପ୍ରବଣ ପୋଷ୍ଟ ଲେଖି ସୁଶାନ୍ତଙ୍କୁ ଅଲବିଦା ଜଣାଇଛନ୍ତି ।
ମୁକେଶ ଟ୍ୱିଟର ମାଧ୍ୟମରେ ସୁଶାନ୍ତଙ୍କ ପ୍ରତି ନିଜର ଭାବନା ପ୍ରକାଶ କରିଛନ୍ତି ଏବଂ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ମୁକେଶ ସୁଶାନ୍ତଙ୍କ ଗାଲରେ କିସ କରୁଥିବାର ଦେଖିବାକୁ ମିଳିଛି ।
ମୁକେଶ ଲେଖିଛନ୍ତି, 'ସୁଶାନ୍ତ ମୋ ଭାଇ ପରି ଥିଲେ, ଏହା ବହୁତ ଦୁଃଖର ବିଷୟ । ସେ ଜଣେ ବହୁତ ବୁଦ୍ଧିମାନ ଏବଂ ଏତେ ପ୍ରତିଭାବାନ ବ୍ୟକ୍ତି ଥିଲେ ଯେ ଶବ୍ଦରେ କହିବା କଷ୍ଟକର । ମୁଁ ତଥାପି ଏହାକୁ ବିଶ୍ବାସ କରିପାରୁ ନାହିଁ ।