ନୂଆଦିଲ୍ଲୀ:ବଢିଚାଲିଥି ନେଟଫ୍ଲିକ୍ସର ପପୁଲାର ସିରିଜ ‘ଏ ସ୍ବିଟେବୁଲ୍ ବୟ’କୁ ବିବାଦ । ନିକଟରେ ଲଭ ଜିହାଦ ମାମଲାକୁ ଆଧାର କରି ଏହି ସିରିଜ ଉପରେ ସମସ୍ୟା ଦେଖାଦେଇଥିଲା । ସିରିଜର ଏକ କିସ୍ ସିନରୁ ସୃଷ୍ଟି ହୋଇଛି ଏହି ବିବାଦ । ଅଭିନେତା ଈଶାନ ଖଟ୍ଟର ଓ ତବୁଙ୍କ ମଧ୍ୟରେ ପର୍ଯ୍ୟବେଶିତ ହୋଇଥିଲା ଏହି ସିନ୍ । ଯାହା ଉପରେ ଏବେ ମାମଲା ରୁଜୁ ହୋଇଛି । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଦୁଇ ଜଣ ନେଟଫ୍ଲିକ୍ସ ଅଧିକାରୀଙ୍କ ବିରୋଧରେ ମଧ୍ୟପ୍ରଦେଶରେ ଏକ ଏଫଆଇଆର ଦାଏର କରିଛନ୍ତି ।
ଗୌରବ ତିୱାରୀଙ୍କ ଦ୍ବାରା ଦାଖଲ କରାଯାଇଥିବା ଅଭିଯୋଗ ଆଧାରରେ, ନେଟଫ୍ଲିକ୍ସ ଅଧିକାରୀ ମୋନିକା ସେର୍ଗିଲ୍ ଏବଂ ଅମ୍ବିକା ଖୁରାନାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ର ଧାରା 295 (ଏ) (ଧାର୍ମିକ ଭାବନା ଏବଂ ବିଶ୍ବାସକୁ ଅପମାନିତ କରିବା) ଉପରେ ଏକ ଏଫଆଇଆର ଦାଏର ହୋଇଛି । ଏକ ଭିଡିଓ ଜାରି କରି ଏହି ବୟାନ ଦେଇଛନ୍ତି ନରୋତ୍ତମ ।