ନୂଆଦିଲ୍ଲୀ:ଟିଭି ଇଣ୍ଡଷ୍ଟ୍ରିର ନାଗିନ୍ ମୌନି ରଏ ଆଜି(ଗୁରୁବାର) ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବଏଫ୍ରେଣ୍ଡ ସୁରଜ ନାମ୍ବିୟାରଙ୍କୁ ସେ ସାତ ଜନ୍ମର ସାଥୀ କରିଛନ୍ତି । ଗୋଆଠାରେ ମଲାୟାଲୀ ପରମ୍ପରା ଅନୁସାରେ ସେ ଡ୍ରିମି ୱେଡିଙ୍ଗ କରିଥିବା ଜଣାପଡ଼ିଛି । ବିବାହ ସମୟର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।
ମୌନି ହିନ୍ଦୁ ବଙ୍ଗାଳୀ ପରିବାରରୁ ଆସିଥିବା ବେଳେ ସେ ଏକ ଧଳା ଓ ନାଲି ରଙ୍ଗର ଶାଢୀ ପିନ୍ଧିଛନ୍ତି । ଏହାସହିତ ସେ ସୁନା ଅଳଙ୍କାର ପିନ୍ଧିଥିବା ଦେଖିବାକୁ ମିଳିଛି । ଅଳଙ୍କାର ମଧ୍ୟରେ ସେ ମଥାପଟ୍ଟି, ଚୁ଼ଡ଼ି, ହେଭି କାନଫୁଲ ଓ ବ୍ରାଇଡ଼ାଲ ଚୋକର, କମରବନ୍ଧ ଓ ଗଣପତି ଷ୍ଟାଇଲର ପେଣ୍ଡେଟ୍ ପିନ୍ଧିଛନ୍ତି । ଏହାସହିତ ମୌନି ଲମ୍ବା ବେଣୀ ହେୟାରଷ୍ଟାଇଲ କରି ସେଥିରେ ଗଜରା ପିନ୍ଧିଛନ୍ତି । ଅନ୍ୟପଟେ ସୁରଜ ମାଲାୟାଲି ପରିବାରର ହୋଇଥିବା ବେଳେ ବାଦାମୀ ରଙ୍ଗର କୁର୍ତ୍ତା ଓ ଧୋତି ପିନ୍ଧିଛନ୍ତି ।