ମୁମ୍ବାଇ: ବହୁ ଚର୍ଚ୍ଚିତ ଫିଲ୍ମ ‘ଟ୍ରିପଲ ଆର’ ଦୀର୍ଘ ସମୟରୁ ଚର୍ଚ୍ଚାରେ ରହିଆସୁଛି। ‘ବାହୁବଳୀ’ ନିର୍ଦ୍ଦେଶକ ଏସ.ଏସ ରାଜମୌଲୀଙ୍କ ଏହି ଫିଲ୍ମରେ ସାଉଥର ଲୋକପ୍ରିୟ ଅଭିନେତା ରାମ ଚରଣ, ଜୁନିୟର ଏନଟିଆରଙ୍କ ସହ ବି-ଟାଉନର ସିଂଘମ ଅଜୟ ଦେବଗନ ଓ ଆଲିୟା ଭଟ୍ଟ ମୁଖ୍ୟ ଭୂମିକାରେ ଦେଖାଯିବେ । ଫ୍ୟାନ ଇଣ୍ଡିଆର ଏହି ଫିଲ୍ମକୁ 10ଟି ଭାଷାରେ ରିଲିଜ କରିବାର ଯୋଜନା କରିଛନ୍ତି ମେକର୍ସ । ଇତିମଧ୍ୟରେ ଫିଲ୍ମକୁ ନେଇ ବଡ ଖବର ସାମ୍ନାକୁ ଆସିଛି ।
ତେବେ କଥାଟି ହେଲା ଯେ ‘ବାହୁବଳୀ 2’ର ମଧ୍ୟ ରେକର୍ଡ ଭାଙ୍ଗିବାକୁ ଯାଉଛି ଫିଲ୍ମ । କାରଣ ରିଲିଜ ତାରିଖ ଘୋଷଣା ପରଠୁ ମାତ୍ର 5ଟି ଭାଷା ଥିଏଟ୍ରିକାଲ ରାଇଟ୍ସ ପାଇଁ ଏଯାବତ 348 କୋଟିରୁ ଅଧିକ ଟଙ୍କା ବିଜନେସ ହୋଇଥିବାର ଦେଖିବାକୁ ମିଳୁଛି ।
ଆଜ୍ଞା ହଁ, ଏବର୍ଷ ଅକ୍ଟୋବରରେ ରିଲିଜ ହେବାକୁ ଯାଉଥିବା ଟ୍ରିପଲ ଆର ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମ ଥିଏଟ୍ରିକାଲ ରାଇଟ୍ସ ପାଇଁ ମୋଟ 348 କୋଟି ଟଙ୍କା ଗ୍ରହଣ କରାଯାଇଛି। ନିଜାମରେ 75 କୋଟି, ଆନ୍ଧ୍ରପ୍ରଦେଶରେ 165, ତାମିଲନାଡୁରେ 48, ମାଲାୟାଲମରେ 15 କୋଟି ଏବଂ କର୍ଣ୍ଣାଟକରେ 45 କୋଟି ମିଶି 348 କୋଟି ରାଶିରେ ପହଞ୍ଚିଛି । ଏହି ମାମଲାରେ ‘ବାହୁବାଳୀ 2’ ରିଲିଜ ପୂର୍ବରୁ ବିଜନେସକୁ ପଛରେ ପକାଇଦେଇଛି ଫିଲ୍ମ ।
ସେହିପରି ବଲିଉଡରୁ ମଧ୍ୟ ମେକର୍ସଙ୍କୁ ମୋଟା ଅଙ୍କ ଅଫର ହେଉଛି । କାରଣ ଅଜୟ ଓ ଆଲିୟା ଥିବାରୁ ଫିଲ୍ମ ଦେଖିବାକୁ ବ୍ୟାକୁଳ ଅଛନ୍ତି ଦର୍ଶକ । ତେବେ ଏହା ଏକ ପିରିୟଡ ଆକ୍ସନ ଡ୍ରାମା ଫିଲ୍ମ ଯାହା ସ୍ବାଧୀନ ସଂଗ୍ରାମୀ କୋମାରାମ ଭୀମ ଏବଂ ଆଲ୍ଲୁରି ସୀତାରାମରାଜୁଙ୍କ କାହାଣୀକୁ ନେଇ ଆଧାରିତ ।