ମୁମ୍ବାଇ: ‘ଜସି ଜେସି କୋଇ ନେହି’ ଫେମ ମୋନା ସିଂ ବିବାହ ବନ୍ଧନରେ ଆବଦ୍ଧ ହୋଇସାରିଛନ୍ତି । ସେ ଡିସେମ୍ବର 27ରେ ବୟଫ୍ରେଣ୍ଡ ସ୍ୟାମଙ୍କୁ ବିବାହ କରିଥିଲେ । କିଛି ନିକଟତର ବନ୍ଧୁ ଓ ପରିବାର ସଦସ୍ୟଙ୍କ ଗହଣରେ ଏହି ଯୋଡି ସାତ ଜନ୍ମର ସାଥୀ ହୋଇ ରହିବା ପାଇଁ ପ୍ରତିଜ୍ଞା କରିଥିଲେ । ବିବାହ ପରେ ଏହି ଯୋଡିଙ୍କ ପ୍ରଥମ ସେଲ୍ଫି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ମୋନା ନୂଆ ବର୍ଷ ଅବସରରେ ଫ୍ୟାନ୍ସଙ୍କ ପାଇଁ ନିଜ ସ୍ବାମୀଙ୍କ ସହ ପ୍ରଥମ ସେଲ୍ଫି ଫଟୋ ସେୟାର କରି ଖୁସି କରିଦେଇଛନ୍ତି ।
ଫଟୋ ସେୟାର କରି ସେ ଲେଖିଛନ୍ତି, ‘ଆମ ତରଫରୁ ସମସ୍ତଙ୍କୁ ନୂଆ ବର୍ଷର ଅଭିନନ୍ଦନ । 2020 ହାପି ନ୍ୟୁ ଇୟର।’ ଫଟୋରେ ମୋନା ବିବାହ ପରେ ଆହୁରି ସୁନ୍ଦର ନଜର ଆସୁଛନ୍ତି । ୟୁଜର୍ସ ମଧ୍ୟ ତାଙ୍କ ଏହି ଫଟୋରେ ତାଙ୍କୁ ବିବାହର ଶୁଭେଚ୍ଛା ଜଣାଇଛନ୍ତି ।