ମୁମ୍ବାଇ: ଆଜି 40 ବର୍ଷରେ ପଦାର୍ପଣ କରିଛନ୍ତି ବି-ଟାଉନର କ୍ୟୁଟ ଆକ୍ଟର ଶାହିଦ କପୁର । ବଲିଉଡରେ ନିଜ ଅଭିନୟ ବ୍ୟତୀତ ଡାନ୍ସ ଏବଂ ରୋମାଣ୍ଟିକ ଅନ୍ଦାଜ ପାଇଁ ବେଶ୍ ଚର୍ଚ୍ଚିତ ଅଭିନେତା ।
ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁ ବଲିଉଡ ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।
ଏହି ଅବସରରେ ଶାହିଦଙ୍କ ପତ୍ନୀ ମୀରା ରାଜପୁତ ମଧ୍ୟ ତାଙ୍କୁ ଏକ ଖାସ ଅନ୍ଦାଜରେ ଶୁଭେଚ୍ଛା ଜଣାଇଛନ୍ତି ।