ଓଡିଶା

odisha

ଶାହିଦଙ୍କ ଖରାପ ଅଭ୍ୟାସରେ ରାଗିଲେ ମୀରା, ପଚାରିଲେ ସମସ୍ତେ କଣ ଏମିତି ?

By

Published : May 8, 2021, 11:38 AM IST

ଭାଇରାଲ ହେଲା ମିରା ରାଜପୁତଙ୍କ ଇନଷ୍ଟାଗ୍ରାମ ପୋଷ୍ଟ । ଏଥର ଶାହିଦଙ୍କ ଖରାପ ଗୁଣ ବିଷୟରେ ଖୁଲାସା କଲେ ପତ୍ନୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

ମୁମ୍ବାଇ: ଶାହିଦ କପୁରଙ୍କ ପତ୍ନୀ ମୀରା ରାଜପୁତଙ୍କ ଲୋକପ୍ରିୟତା କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ୍ ନୁହେଁ । ବି-ଟାଉନର ଫେମସ କପଲ ମଧ୍ୟରୁ ଶାହିଦ ଏବଂ ମୀରା ଅନ୍ୟତମ । ଉଭୟଙ୍କ ଲଭ କେମେଷ୍ଟ୍ରି ସବୁବେଳେ ଫ୍ୟାନ୍ସଙ୍କ ମନ କିଣିଥାଏ । ଇତିମଧ୍ୟରେ ସ୍ବାମୀ ଶାହିଦଙ୍କ ଗୋଟିଏ କଥାରେ ବିରକ୍ତ ହୋଇପଡିଛନ୍ତି ମୀରା । ଆଉ ସୋସିଆଲ ମିଡିଆରେ ତାଙ୍କ ଖରାପ ଅଭ୍ୟାସ କଥା ସମସ୍ତଙ୍କୁ ଜଣାଇଛନ୍ତି ସେ । ଯାହାକୁ ନେଇ ଫ୍ୟାନ୍ସ ମଧ୍ୟ ଆଶ୍ଚର୍ଯ୍ୟ ।

କଥାଟି ହେଲା ଯେ ମୀରା ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ଫଟୋ ପୋଷ୍ଟ କରିଛନ୍ତି । ଯେଉଁଥିରେ ଦେଖିବାକୁ ମିଳୁଛି ଜୋତା ଓ ସକ୍ସ । ସେହିପରି ଫଟୋର ଉପରେ ମୀରା ଲେଖିଛନ୍ତି, ‘ସବୁ ପୁଅ ଏପରି କି ?’

ମୀରାଙ୍କ କଥାରୁ ଲାଗୁଛି ଶାହିଦଙ୍କ ଏହି ଜୋତା ଆଉ ସେ ଏହାକୁ ସଠିକ୍ ସ୍ଥାନରେ ନରଖି ଘରେ ପିଙ୍ଗି ଦେଇଛନ୍ତି । ଯାହା ମିରାଙ୍କୁ ବିରକ୍ତ କରୁଛି । ଦେଖନ୍ତୁ ଫଟୋ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମୀରା ରାଜପୁତ

ABOUT THE AUTHOR

...view details