ମୁମ୍ବାଇ: ହିମାଚଳପ୍ରଦେଶର ସୁନ୍ଦର ପାହାଡି ପରିବେଶ ମଧ୍ୟରେ ହବି ଶାହିଦ କପୁରଙ୍କ ସହିତ ଛୁଟି କାଟୁଛନ୍ତି ମୀରା କପୁର । ତେବେ ତାଙ୍କ ବର୍ଥ ଡେ ପାଳନ କରିବା ପାଇଁ ସେମାନେ ଏହି ସୌନ୍ଦର୍ଯ୍ୟପୂର୍ଣ୍ଣ ସ୍ଥାନକୁ ଯାଇଥିଲେ । ତେବେ ଏହି ଅଞ୍ଚଳରୁ ମୀରା କିଛି ସୁନ୍ଦର ଭିଡ଼ିଓ ଓ ଫଟୋ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି ।
ଏହି ଶାନ୍ତିପୂର୍ଣ୍ଣ ସ୍ଥାନରେ ସେ ନିଜ ବର୍ଥ ଡେ'କୁ ପାଳନ କରି ଅତ୍ୟନ୍ତ ଖୁସିଥିବା କହିଛନ୍ତି । ଗତ ୨ ବର୍ଷ ପରେ ସେ ନିଜ ସ୍ପେଶାଲ ଡେ'କୁ ଏହି ସ୍ଥାନରେ ପାଳନ କରି ବେଶ ଖୁସି ଅଛନ୍ତି । ନିଜ କାର୍ଯ୍ୟ ପାଇଁ ସେ ଏତେ ଦିନ ଧରି ବାହାରେ ଭ୍ରମଣ କରିପାରିନଥିଲେ । ସେ ଏହି ଟ୍ରିପରେ ସ୍ବାଦିଷ୍ଟ ଭୋଜନ କରି ନିଜ ଓଜନ ବଢାଇଥିବେ ସତ କିନ୍ତୁ ମନ ଓ ପ୍ରାଣରୁ ସେ ବେଶ ହାଲୁକା ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ପ୍ରକୃତିରେ ନିଜର କ୍ବାଲିଟି ଟାଇମ ବିତାଇ ସେ ଅଦ୍ଭୁତ ଅନୁଭବ କରୁଥିବା କହିଛନ୍ତି । ନିଜର ଏହି ସୁନ୍ଦର ମୁହୂର୍ତ୍ତକୁ ଇନଷ୍ଟାଗ୍ରାମ ଫ୍ୟାମିଲି ସହିତ ସେୟାର କରିଛନ୍ତି ମୀରା ।