ଓଡିଶା

odisha

ETV Bharat / sitara

ସତ୍ୟଜିତ ରାୟ ପୁରସ୍କାର ଘୋଷଣା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ - ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର

ଦାଦା ସାହେବ ଫାଲକେ ପୁରସ୍କାର ଭଳି ପଶ୍ଚିମବଙ୍ଗରେ ଖୁବଶୀଘ୍ର ଆରମ୍ଭ ହେବ ସତ୍ୟଜିତ ରାୟ ପୁରସ୍କାର । ବଙ୍ଗଳା ସିନେମାରେ ତାଙ୍କ ଅବିସ୍ମରଣୀୟ ଯୋଗ ଦାନ ପାଇଁ ଏହାର ଘୋଷଣା କଲେ ସୂଚନା ଓ ପ୍ରସାରଣ ମନ୍ତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

By

Published : Feb 24, 2021, 12:29 PM IST

କୋଲକାତା: କିଛି ମାସ ମଧ୍ୟରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ସେଠାରେ ରାଜନୀତିରେ କେଉଁ ମୋଡ଼ ଆସିବ କିଛି କହି ହେବନି । ହେଲେ ନିକଟରେ ପଶ୍ଚିମବଙ୍ଗରେ ପହଞ୍ଚିଥିବା ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଚଳଚ୍ଚିତ୍ର ନିର୍ମାତା ସତ୍ୟଜିତ ରାୟଙ୍କ ନାମରେ ଜାତୀୟ ସ୍ତରର ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରିଛନ୍ତି। ଜାଭଡେକର କୋଲକାତାରେ ଜାତୀୟ ଚଳଚ୍ଚିତ୍ର ବିକାଶ ନିଗମ (ଏନଏଫଡିସି) ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଘୋଷଣା କରିଥିଲେ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଦାଦା ସାହେବ ଫାଲକେ ପୁରସ୍କାର ଭଳି ମୋଦି ସରକାର ସତ୍ୟଜିତ ରାୟ ପୁରସ୍କାର ଆରମ୍ଭ କରିବାକୁ ଯାଉଛନ୍ତି। ଏହା ସହିତ ସେ ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗର ପ୍ରମୁଖ କଳାକାର ଏବଂ ନିର୍ଦ୍ଦେଶକଙ୍କୁ ଭେଟିଥିଲେ। ଯେଉଁଥିରେ ପାଓଲି ଡ୍ୟାମ, ଋତୁପର୍ଣ୍ଣା ସେନଗୁପ୍ତା, ଅବୀର ଚାଟାର୍ଜୀ, ନିର୍ଦ୍ଦେଶକ ଗୌତମ ଘୋଷ, ଶାସ୍ତ୍ରୀୟ ଗାୟକ ରସିଦ ଖାନଙ୍କ ପରି କଳାକାରମାନେ ସାମିଲ ହୋଇଥିଲେ।

ସେପଟେ ଜାଭଡେକରଙ୍କ ଏହି ଘୋଷଣା ପରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ବରିଷ୍ଠ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ରୁପା ଗାଙ୍ଗୁଲି କହିଛନ୍ତି ଯେ ସତ୍ୟଜିତ ରାୟଙ୍କ ନାମରେ ଏକ ପୁରସ୍କାର ପ୍ରତିଷ୍ଠା କରାଯିବା ଅତ୍ୟନ୍ତ ଭଲ କଥା। ଏହାର ଯୋଜନା ଦୀର୍ଘ ସମୟ ପରେ କାର୍ଯ୍ୟକ୍ଷମ ହୋଇଛି । ତେବେ ସତ୍ୟଜିତ ରାୟ ପୁରସ୍କାର ଉପରେ ଏପର୍ଯ୍ୟନ୍ତ ଅଧିକ ସୂଚନା ମିଳିପାରି ନାହିଁ।

ABOUT THE AUTHOR

...view details