ନୂଆଦିଲ୍ଲୀ: ଆକ୍ଟର ଓ ମଡେଲ ମିଲିନ୍ଦ ସୋମନ ସବୁବେଳେ ନିଜ ଫିଟନେସ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ପ୍ରଥମେ ମଡେଲିଂରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଇତିମଧ୍ୟରେ ସେ ନିଜ ମଡେଲିଂ ଦିନକୁ ମନେ ପକାଇ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି ସ୍ପେଶାଲ ଫଟୋ । ସେ ସୋସିଆଲ ମିଡିଆରେ ନିଜ ମଡେଲିଂ ସମୟର 30 ବର୍ଷ ପୁରୁଣା ଏକ ଥ୍ରୋବ୍ୟାକ ଫଟୋ ପୋଷ୍ଟ କରିଛନ୍ତି । ଏବେ ମିଲିନ୍ଦଙ୍କ ଏହି ଫଟୋରେ ତାଙ୍କ ପ୍ରଶଂସକମାନେ କମେଣ୍ଟ ବକ୍ସରେ ବହୁ ମନ୍ତବ୍ୟ ଦେଉଛନ୍ତି ।
ଏହା ମିଲିନ୍ଦଙ୍କ 1991 ଫଟୋସୁଟ ସମୟର । ଏହି ଫଟୋକୁ ନେଇ ମିଲିନ୍ଦ କହିଛନ୍ତି ଯେ,ଏହା କାଶ୍ମୀରୀ ପୋଷାକ ପାଇଁ ଏହି ସୁଟ୍ କରାଯାଇଛି ।