ଓଡିଶା

odisha

ETV Bharat / sitara

ମୃତ୍ୟୁକୁ ମାତ ଦେଇଥିଲେ ମାଇକେଲ...ଜାଣନ୍ତୁ ଏହାର ରହସ୍ୟ

ପୁରା ବିଶ୍ବରେ ସ୍ବର୍ଗୀୟ ପପ ଗାୟକ ଏବଂ ଡାନ୍ସର ମାଇକେଲ ଜ୍ୟାକ୍ସନକୁ କିଏ ଅବ ଭଲ ନପାଆନ୍ତି । ତାଙ୍କ ଗୀତରେ ଝୁମୁଥିଲେ ଦର୍ଶକ । ପୁରା ଦୁନିଆରେ ଦେଖିବାକୁ ମିଳିଥିଲା ମାଇକେଲଙ୍କ ଯାଦୁ । କିନ୍ତୁ ସେ ଏକଦା ମୃତ୍ୟୁକୁ ମାତ ଦେଇ ବଞ୍ଚିଯାଇଥିଲେ ବୋଲି ହୁଏତଃ ତାଙ୍କର କିଛି ଫ୍ୟାନ୍ସଙ୍କୁ ଜଣାଥିବ ।

ଫଟୋ ସୌଜନ୍ୟ: ଇନାଡୁ ଇଣ୍ଡିଆ

By

Published : Feb 16, 2019, 4:01 PM IST

ନୂଆଦିଲ୍ଲୀ: ସ୍ବର୍ଗୀୟ ଫେମସ ପପ ଗାୟକ ଡ୍ୟାନ୍ସର ମାଇକେଲ ଜ୍ୟାକ୍ସନ ସବୁ ବର୍ଗର ଲୋକଙ୍କ ପାଖରେ ଥିଲେ ଆଦୃତ । ଯୁବପିଢୀ ଠାରୁ ନେଇ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ତାଙ୍କ ଡ୍ୟାନ୍ସରେ ଥିଲେ ମତୁଆଲା । ସେ କେବଳ ସିଙ୍ଗର ନଥିଲେ ବରଂ ବେଷ୍ଟ ଷ୍ଟେଜ ପରଫର୍ମର ମଧ୍ୟ ଥିଲେ । ହୁଏତଃ ବହୁତ କମ ଲୋକ ଜାଣିଥିବେ କି 2001ରେ ଆମେରିକାର ଟୁଇନ ଟାୱାର୍ସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମାଇକେଲ ମୃତ୍ୟୁକୁ ମାତ ଦେଇ ନିଜକୁ ବଞ୍ଚାଇଥିଲେ ।

ପ୍ରକାଶ ଥାଉକି ଜ୍ୟାକ୍ସନ 2001 ସେପ୍ଟେମ୍ବରରେ ଆମେରିକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପୀଡିତଙ୍କ ମଧ୍ୟରୁ ଅନ୍ୟତମ ହୋଇପାରିଥାଆନ୍ତେ । କିନ୍ତୁ କଥାରେ କୁହାଯାଇଛି କି "ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ" । ଏହି କଥାକୁ ସାବ୍ୟସ୍ତ କରିଥିଲେ ସେହି ଦିନ ମାଇକେଲ । ଖବର ଅନୁଯାୟୀ ଆକ୍ରମଣରେ ପାଖାପାଖି 3,000 ଲୋକଙ୍କ ମୃତ୍ୟୁ ଘଟିଥିଲା । ଯେତେବେଳେ ଆତଙ୍କବାଦୀ ଟୁଇନ ଟାୱର୍ସକୁ ବିମାନ ଦ୍ବାରା ଧକ୍କା ଦେଇଥିଲେ, ସେହି ସମୟରେ ଅଧିକ ସମୟ ପର୍ଯ୍ୟନ୍ତ ଘରେ ଶୋଇ ପଡିଥିଲେ ମାଇକେଲ । ଖବର ଅନୁଯାୟୀ ସେହି ଦିନ ଟୁଇନ ଟାୱାର୍ସରେ ଗୋଟିଏ ବିଭାଗରେ ତାଙ୍କର ମିଟିଂ ଥିଲା । ଶୋଇଥିବା ହେତୁ ସେ ମିଟିଂରେ ସାମିଲ ହୋଇପାରିନଥିଲେ ।

ମାଇକେଲଙ୍କ ଭାଇ ଜର୍ମେନ ଜ୍ୟାକ୍ସନଙ୍କ ବାୟୋଗ୍ରାଫି 'ୟୁ ନଟ ଏଲୋନ: ମାଇକଲ: ଥ୍ରୁ ଏ ବ୍ରଦର ଆଇଜ'ରେ ଲେଖିଥିଲେ, "ତାଙ୍କ ପରିବାରକୁ ଜଣାନଥିଲା କି ସେହି ଦିନ ମାଇକେଲ ଟୁଇନ ଟାୱାର୍ସରେ ଗୋଟିଏ ମିଟିଂ ପାଇଁ ସାମିଲ ହେବେ ବୋଲି ।"

ଖାଲି ଏତିକି ନୁହେଁ ବାୟୋଗ୍ରାଫିରେ ଏହା ମଧ୍ୟ ଲେଖାଯାଇଥିଲା କି ମାଆ କ୍ୟାଥରୀନଙ୍କ ସହ ବିଳମ୍ବ ରାତି ପର୍ଯ୍ୟନ୍ତ କଥା ହେବା ହେତୁ ମାଇକେଲ ସକାଳେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇପଡିଥିଲେ ।

ଆକ୍ରମଣ ପରେ ମାଇକେଲ ଏକ ସାକ୍ଷାତକାରରେ କହିଥିଲେ, "ମା' ଆପଣଙ୍କ ପାଇଁ ମୁଁ ଆଜି ଠିକ୍ ଅଛି । ଆପଣ ବିଳମ୍ବ ପର୍ଯ୍ୟନ୍ତ କଥା ହୋଇଥିଲେ ଯେଉଁଥିପାଇଁ ମୁଁ ସକାଳେ ଅଧିକ ସମୟ ଶୋଇପଡିଥିଲା, ତେଣୁ ମିଟିଂରେ ସାମିଲ ହୋଇପାରିନଥିଲି । "

ଦୁନିଆର ସବୁଠାରୁ ବଡ ଆତଙ୍କବାଦୀ ଆକ୍ରମଣରୁ ବଞ୍ଚିଯାଇଥିଲା ମାଇକେଲ କିନ୍ତୁ 2009ରେ ମାତ୍ର 50 ବର୍ଷ ବୟସରେ ସେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ ।

ABOUT THE AUTHOR

...view details