ହାଇଦ୍ରାବାଦ: ନିଜର ସାନଦାର ଆକ୍ସନ ଓ ଫିଗର ପାଇଁ ବେଶ ପ୍ରସଂଶା ସାଉଁଟିଥିବା ବିଦ୍ୟୁତଙ୍କୁ ମିଳିଛି ଆଶ୍ବସ୍ତି । ମୁମ୍ବାଇର ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ବିଦ୍ୟୁତଙ୍କୁ ଦେଇଛନ୍ତି ଆଶ୍ବସ୍ତି । 2007ରେ ବିଦ୍ୟୁତଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ବିଦ୍ୟୁତ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି ।
ନିର୍ଦ୍ଦୋଷ ପ୍ରମାଣିତ ବିଦ୍ୟୁତ - 2007case
କମାଣ୍ଡୋ ହିରୋଙ୍କୁ ମିଳିଛି କୋର୍ଟରୁ ଆଶ୍ବସ୍ତି । 2007 ଜୁହୁନିବାସୀଙ୍କୁ ଆକ୍ରମଣ ମାମଲାରେ ବିଦ୍ୟୁତ ନିର୍ଦ୍ଦୋଷ ପ୍ରମାଣିତ ହୋଇଛନ୍ତି ।
ଫଟୋ ସୌଜନ୍ୟ: ଏ ଏନ ଆଇ
2007ରେ ବିଦ୍ୟୁତ ମୁମ୍ବାଇର ଜୁହୁନିବାସୀଙ୍କ ମୁଣ୍ଡରେ କାଚ ବୋତଲ ଭାଙ୍ଗିଥିବାର ଅଭିଯୋଗ ଥିଲା । ପ୍ରକାଶଥାଉକି, ବିଦ୍ୟୁତ ଏବେ ଫିଲ୍ମ ‘କମାଣ୍ଡୋ-3’ର ସୁଟିଂରେ ବ୍ୟସ୍ତ ଅଛନ୍ତି ।
ଫିଲ୍ମଟି 6 ସେପ୍ଟେମ୍ବରରେ ରିଲିଜ ହେବ । ଫିଲ୍ମର ଟିଜରକୁ ଦର୍ଶକ ଖୁବ ପସନ୍ଦ କରିଛନ୍ତି । ଆଦିତ୍ୟ ଦତ୍ତ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ବିଦ୍ୟୁତଙ୍କ ସହ ଅଦା ଶର୍ମା, ଅଙ୍ଗିରା ଧର ଓ ଗୁଲସନ ମୁଖ୍ୟ ଭୂମିକାରେ ନଜର ଆସିବେ ।