ମୁମ୍ବାଇ: ମେଗାଷ୍ଟାର ଅମିତାଭ ବଚ୍ଚନ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ସେ ପ୍ରାୟତଃ ନିଜର ମଜାଦାର ଭିଡିଓ, ପୋଷ୍ଟ ସେୟାର କରି ଫ୍ୟାନ୍ସକୁ ଖୁସି କରିଦିଅନ୍ତି । ଏପରି ପୁଣି ତାଙ୍କ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ସେ ଶନିବାର ନିଜକୁ ପ୍ରେମ କରିବା ପ୍ରେରଣା ଫ୍ୟାନ୍ସଙ୍କୁ ଯୋଗାଇଛନ୍ତି। ଏହି ୱିକେଣ୍ଡରର ନିଜକୁ କିପରି ଭଲ ପାଇପାରିବ ତାହା ପାଇଁ ଖାସ୍ କଥା ଜଣାଇଛନ୍ତି ।
ସେହିପରି ସେ ଏକ ଟ୍ବିଟ କରି ଲେଖିଛନ୍ତି, ‘ତୁମକୁ କେବଳ ସକାଳେ ନିଜକୁ ସାମ୍ନା କରିବାକୁ ପଡିବ । ଯେତେବେଳେ ତୁମେ ନିଜକୁ ୟଙ୍ଗ ଅନୁଭବ କରି ସମଗ୍ର ବିଶ୍ବକୁ ଖୁସି କରିପାରିବ । ଦ୍ବିତୀୟ କଥା ହେଲା ଯେ ସେହି କାମ କର ଯାହା ତୁମକୁ ଖୁସି ଦେଉଛି । ସେହି ଜୀବନ ଗଢ ଯେଉଁଥିରେ ବଞ୍ଚିବାକୁ ଚାହୁଁଛ । ତୁମେ ଦେଖିବ ଯିଏ ତୁମକୁ ପ୍ରକୃତରେ ଭଲ ପାଉଥିବ ସେ ସବୁ ସକାଳେ ତୁମକୁ ଦେଖିବ ତୁମେ ଯେକୌଣସି କାମ କରୁଥିଲେ ମଧ୍ୟ।’