ଓଡିଶା

odisha

By

Published : Mar 15, 2021, 3:45 PM IST

ETV Bharat / sitara

ପୁଣି ମୋତିଆବିନ୍ଦୁ ଅପରେସନ କଲେ ବିଗ ବି, ଡାକ୍ତରଙ୍କୁ ଜଣାଇଲେ ଧନ୍ୟବାଦ

ଭାଇରାଲ ହେଲା ଅମିତାଭଙ୍କ ନୂଆ ଟ୍ବିଟ । ଦ୍ବିତୀୟ ଆଖିର କଲେ ଅପରେସନ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ ମହାନାୟକ ଅମିତାଭ ବଚ୍ଚନ ଗୋଟିଏ ଆଖିର ମୋତିଆବିନ୍ଦୁ ଅପରେସନ କରିଥିଲେ । ଆଉ ରବିବାର ସେ ଦ୍ବିତୀୟ ଆଖିର ଅପରେସନ କରିଛନ୍ତି । ଯାହାର ସୂଚନା ସେ ଫ୍ୟାନ୍ସଙ୍କୁ ସୋସିଆଲ ମିଡିଆରେ ଦେଇଛନ୍ତି । ଏହାସହ ସେ ଅପରେସନ କରିଥିବା ଡାକ୍ତରଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ମୋ ଦ୍ବିତୀୟ ଆଖି ଏବେ ସୁସ୍ଥ ହେବାକୁ ଯାଉଛି । ସବୁ ଠିକ୍ ଅଛି । ଆଧୁନିକ ଚିକିତ୍ସା ପ୍ରଯୁକ୍ତିର ଚମତ୍କାରତା ଏବଂ ଡାକ୍ତର ଏଚଏମଙ୍କ ହାତର ଚତୁରତା । ଜୀବନ ପରିବର୍ତ୍ତନ ଅଭିଜ୍ଞତା । ତୁମେ ବର୍ତ୍ତମାନ ଦେଖୁଛ ଯାହା ତୁମେ ଆଗରୁ ଦେଖିନଥିଲ । ନିଶ୍ଚିତ ଭାବରେ ଏକ ଅଦ୍ଭୁତ ଦୁନିଆ ।’

ପ୍ରକାଶ ଥାଉକି ଅମିତାଭଙ୍କ ଏବର୍ଷ ରିଲିଜ ହେବ ବ୍ୟାକ ଟୁ ବ୍ୟାକ ଫିଲ୍ମ । ଏହି କ୍ରମରେ ସାମିଲ ଅଛି ମଲ୍ଟି ଷ୍ଟାରର ଫିଲ୍ମ ‘ଚେହରା’ । ଯେଉଁଥିରେ ପ୍ରଥମଥର ତାଙ୍କ ସହ ନଜର ଆସିବେ ଇମ୍ରାନ ହାସମୀ । ସେହିପରି ସ୍ପୋର୍ଟ୍ସ ଡ୍ରାମା ଫିଲ୍ମ ‘ଝୁଣ୍ଡ’କୁ ନେଇ ବେଶ୍ ଚର୍ଚ୍ଚା ।

ABOUT THE AUTHOR

...view details