ମୁମ୍ବାଇ: ଜାଭେଦ ଜାଫରୀଙ୍କ ପୁଅ ମୀଜାନ ଜାଫରୀ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ 'ମଲାଲ' ସହିତ ବଲିଉଡରେ ଡେବ୍ୟୁ କରିଥିଲେ । ହେଲେ ସେ ଫିଲ୍ମଠୁ ଅଧିକ ନିଜ ରିଲେସନସିପକୁ ନେଇ ଚର୍ଚ୍ଚାରେ । ଦୀର୍ଘ ସମୟରୁ ଏହି ଚର୍ଚ୍ଚା ଜୋର ଧରିଛି ଯେ ବିଗ ବି ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନାଭେଲି ନନ୍ଦାଙ୍କୁ ଡେଟ କରୁଛନ୍ତି ସେ । ସୋସିଆଲ ମିଡିଆରେ ଏହି ଦୁଇଜଣଙ୍କ ଫଟୋ ମଧ୍ୟ ଖୁବ୍ ଭାଇରାଲ ହୋଇସାରିଛି । ଇତିମଧ୍ୟରେ ସେ ନବ୍ୟାଙ୍କ ପାଇଁ ଏମିତି କାମ କରିଛନ୍ତି । ଯାହାଦ୍ବାରା ସମସ୍ତଙ୍କୁ ପୁଣିଥରେ ହିଣ୍ଟ ମିଳୁଛି ଯେ ଦୁଇଜଣଙ୍କ ମଧ୍ୟରେ କିଛି ତ ଅଛି ।
ନିକଟରେ ଅଭିନେତା ନିଜ ଇନଷ୍ଟାଗ୍ରାମରେ ନିଜର ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ଫେମସ ଗାୟକ ଅଦନାନ ସାମିଙ୍କ ପପୁଲାର ଗୀତ 'ଭିଗି ଭିଗି ରାତ ମେଁ' ଗୀତ ଗାଇଥିବାର ନଜର ଆସିଛନ୍ତି।