ଓଡିଶା

odisha

ETV Bharat / sitara

ସୈଫଙ୍କୁ ବିଜେପି ନେତ୍ରୀଙ୍କ କଡା ଜବାବ

ନିକଟରେ ଭାରତ ଅସ୍ତିତ୍ବ ଉପରେ ପ୍ରଶ୍ନ ଉଠାଇ ବର୍ତ୍ତମାନ ଟ୍ରୋଲ ହେଉଛନ୍ତି ସୈଫ ଅଲ୍ଲୀ ଖାନ । ଟ୍ବିଟ କରି ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଶୁଣାଇଲେ ଅନେକ କିଛି ।

By

Published : Jan 22, 2020, 1:24 PM IST

saif ali khan controversial comment
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୈଫ ଅଲ୍ଲୀ ଖାନ

ମୁମ୍ବାଇ: ବି-ଟାଉନର ଛୋଟେ ନୱାବ ସୈଫ ଅଲ୍ଲୀ ଖାନ କିଛି ଦିନ ହେବ ନିଜ ବୟାନ ପାଇଁ ଟ୍ରୋଲ ହେବାରେ ଲାଗିଛନ୍ତି । ନିକଟରେ ସେ ନିଜ ଅଭିନୀତ ଫିଲ୍ମ ‘ତାନାଜୀ: ଦ ଅନସଙ୍ଗ ୱାରିୟର’ରେ ଇତିହାସର ତଥ୍ୟ ସହ ଭୁଲ ବ୍ୟବହାର କରାଯାଇଛି, ଯାହା ବିପଦପୂର୍ଣ୍ଣ ବୋଲି କହିଥିଲେ ସେ । ଏହାସହ ସେ କହିଥିଲେ ତାଙ୍କ ଅନୁଯାୟୀ ଭାରତକୁ ବ୍ରିଟିଶ ରୂପରେଖା ଦେଇଥିଲେ, ଯାହାପୂର୍ବରୁ ନଥିଲା । ଭାରତ ଅସ୍ତିତ୍ବ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରି ଟ୍ରୋଲର୍ସଙ୍କ ଶିକାର ହୋଇଛନ୍ତି ସୈଫ ।

ତାଙ୍କ ଏହି ବୟାନଙ୍କୁ ଆଧାର କରି ବିଜେପି ନେତ୍ରୀ ମୀନାକ୍ଷୀ ଲେଖି ଟ୍ବିଟ କରି ଲେଖିଛନ୍ତି, ‘ତୁର୍କି ମଧ୍ୟ ତୈମୁରକୁ କ୍ରୁର ମାନୁଥିଲେ । ହେଲେ କିଛି ଲୋକ ନିଜ ଛୁଆଙ୍କ ନାମ ତୈମୁର ରଖିଛନ୍ତି ।’ ପ୍ରକାଶ ଥାଉକି କରୀନା କପୁର ଖାନ ଓ ସୈଫ ନିଜ ଲାଡଲାଙ୍କ ନାମ ତୈମୁର ରଖି ବିବାଦ ଘେରରେ ଆସିଥିଲେ । ଯାହା ଉପରେ କରୀନା ପ୍ରତିକ୍ରିୟା ଦେଇ କହିଥିଲେ ଯେ ତାଙ୍କୁ ତୈମୁର ନାମର ଅର୍ଥ ଭଲ ଲାଗିଲା ତେଣୁ ସେ ପୁଅ ନାମ ତୈମୁର ରଖିଛନ୍ତି ।

ଅନ୍ୟପଟେ ସୈଫଙ୍କ ବୟାନ ଉପରେ ବି-ଟାଉନର କୁଇନ କଙ୍ଗନା ରଣାୱତ ମଧ୍ୟ ନିଜ ପ୍ରତିକ୍ରିୟା ଦେଇଥିଲେ । ଯଦି କୌଣସି ଭାରତ ନଥିଲା ତେବେ ମହାଭାରତ କଣ ଥିଲା ? 5 ହଜାର ବର୍ଷ ପୂର୍ବେ କଣ ଲେଖାଯାଇଥିଲା । ବେଦ ବ୍ୟାସ କଣ ଥିଲା ?

ABOUT THE AUTHOR

...view details