ଓଡିଶା

odisha

ETV Bharat / sitara

ମୀନା କୁମାରୀଙ୍କ ଜୀବନୀକୁ ନେଇ ଆସିବ ୱେବ ସିରିଜ - meena kumaris life to be subject

ସ୍ୱର୍ଗତ ଭେଟେରାନ୍ ଅଭିନେତ୍ରୀ ମୀନା କୁମାରୀଙ୍କ ଜୀବନ ଉପରେ ଏକ ନୂତନ ୱେବ୍ ସିରିଜ୍ ପ୍ରସ୍ତୁତ ହେବାକୁ ଯାଉଛି । ପ୍ରଭଲିନ୍ କୌର ଅଶ୍ୱିନୀ ଭଟନଗରଙ୍କ ଆଇକନିକ୍ ଷ୍ଟାର 'ମହଜବିନ୍ ଏଜ ମୀନା କୁମାରୀ'ର ଜୀବନୀ ଉପରେ ଆଧାର କରି ଏହି ସିରିଜ୍ ପ୍ରସ୍ତୁତ କରିବେ । ଅଧିକ ପଢନ୍ତୁ...

meena kumaris life to be subject of web series
ମୀନା କୁମାରୀଙ୍କ ଜୀବନ ଉପରେ ପ୍ରସ୍ତୁତ ହେବ ୱେବ୍ ସିରିଜ୍

By

Published : Aug 20, 2020, 8:46 PM IST

ମୁମ୍ବାଇ: ସ୍ୱର୍ଗତ ଭେଟେରାନ ଅଭିନେତ୍ରୀ ମୀନା କୁମାରୀଙ୍କ ଜୀବନୀକୁ ନେଇ ନୂଆ ୱେବ୍ ସିରିଜ୍ ପ୍ରସ୍ତୁତ ହେବାକୁ ଯାଉଛି । ପ୍ରଭଲିନ୍ କୌର ଅଶ୍ୱିନୀ ଭଟନଗରଙ୍କ ଆଇକନିକ୍ ଷ୍ଟାର 'ମହଜବିନ୍ ଏଜ ମୀନା କୁମାରୀ'ର ଜୀବନୀ ଉପରେ ଆଧାର କରି ଏହି ସିରିଜ୍ ପ୍ରସ୍ତୁତ କରିବେ ।

ଫିଲ୍ମର କାଷ୍ଟ ଏବଂ କ୍ରୁ ଟିମଙ୍କ ବିଷୟରେ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

କୌର କହିଛନ୍ତି, ମୋ ପାଇଁ ଏହା ଏକ ସ୍ୱପ୍ନ ସାକାର ହେବା ପରି, କାରଣ ମୀନା କୁମାରୀଙ୍କ ଜୀବନ ଉପରେ ୱେବ୍ ସିରିଜ୍ ପ୍ରସ୍ତୁତ କରିବା ମୋ ପାଇଁ ବହୁତ ବଡ଼ କଥା । ଆମେ ଏକ ୱେବ୍ ସିରିଜ୍ ସହିତ ଆରମ୍ଭ କରିବାକୁ ଚାହୁଁ ଏବଂ ତା’ପରେ ମୀନା କୁମାରୀଙ୍କ ଉପରେ ଏକ ଫିଚର ଫିଲ୍ମ କରିବାକୁ ମଧ୍ୟ ଯୋଜନା କରୁଛୁ ।

'ସାହିବ ବିବି ଅର ଗୁଲାମ', 'ପାକିଜା', 'ମେରେ ଆପନେ', 'ବିଜୁ ବାବରା', 'ଦିଲ ଅପନା ଅର ପ୍ରୀତ ପରାଇ', 'ଦିଲ ଏକ ମନ୍ଦିର' ଏବଂ 'କାଜଲ' ସମେତ ବଲିଉଡର ଅନେକ ଶାସ୍ତ୍ରୀୟ ଭୂମିକାରେ ମୀନା କୁମାରୀ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ।

ଏହି ପ୍ରୋଜେକ୍ଟ ବିଷୟରେ ଅଶ୍ୱିନୀ ଭଟନଗର କହିଛନ୍ତି, ମୁଁ ପ୍ରଭଲିନଙ୍କ ପରି ଏକ ପ୍ରଡକ୍ସନ୍ ହାଉସ୍ ସହିତ ସହଯୋଗ କରି ବହୁତ ଖୁସି ।

ପ୍ରକାଶ ଥାଉ କି, ମୀନା କୁମାରୀଙ୍କର 31 ମାର୍ଚ୍ଚ 1972 ରେ 39 ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ସେ ନିଜ ଜୀବନର ତିରିଶ ବର୍ଷକୁ ନିଜ କ୍ୟାରିଅରରେ ଉତ୍ସର୍ଗ କରିଥିଲେ ।

ABOUT THE AUTHOR

...view details