ମୁମ୍ବାଇ:ଧୀରେ ଧୀରେ ସୁଧୁରିବାରେ ଲାଗିଛି ସୁର ସାମ୍ରାଜ୍ଞୀଙ୍କ ସ୍ବାସ୍ଥ୍ୟବସ୍ଥା । ତଥାପି ତାଙ୍କୁ ICUରେ ରଖାଯାଇ ଚିକିତ୍ସା କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି ମୁମ୍ବାଇ ବ୍ରିଚ କ୍ୟାଣ୍ଡି ହସ୍ପିଟାଲର ଡକ୍ଟର ପ୍ରତିତି ସାମଦାନୀ । ଗତ ଜାନୁଆରୀ ୮ ତାରିଖରୁ କୋଭିଡ଼ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ଲତା ।
ଏହି କିମ୍ବଦନ୍ତୀ ଗାୟିକା କୋଭିଡ଼ ପରେ ନିମୋନିଆରେ ଆକ୍ରାନ୍ତ ହୋଇଥିଲେ । ଏହାପରେ ତାଙ୍କୁ ଆଇସିୟୁରେ ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ଚିକିତ୍ସା କରୁଛନ୍ତି । ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ଆସୁଛି । ଏହି ସମୟରେ କୌଣସି ମିଥ୍ୟା ଖବର ଉପରେ ବିଶ୍ବାସ ନ କରିବାକୁ ଲତାଙ୍କ ପରିଚାଳନା ଟିମ ଫ୍ୟାନ୍ସଙ୍କୁ ପରାମର୍ଶ ଦେଇଛନ୍ତି । ଗତ ଜାନୁଆରୀ ୨୧ ତାରିଖରେ ଲତାଙ୍କ ପରିଚାଳନା ଟିମ ଏ ନେଇ ଏକ ବିବୃତ୍ତି ଜାରି କରିଥିଲେ ।