ମୁମ୍ବାଇ: ମରାଠୀ ଫିଲ୍ମ ଓ ଟିଭିର ଲୋକପ୍ରିୟ ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀଙ୍କ ଫ୍ୟାନ୍ସ ପାଇଁ ସାମ୍ନାକୁ ଆସିଛି ଗୁଡନ୍ୟୁଜ। ଲକଡାଉନରେ ସେ ନିଜ ନିର୍ବନ୍ଧ କଥା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଗତ କାଲି(ସୋମବାର) ସେ ନିଜ ଜନ୍ମଦିନ ଅବସରେ ଏହାର ଘୋଷଣା ସୋସିଆଲ ମିଡିଆରେ କରିଥିଲେ ।
ନିର୍ବନ୍ଧର ଫଟୋ ସେୟାର କଲେ ମରାଠୀ ଅଭିନେତ୍ରୀ ସୋନାଲି - ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀଙ୍କ ନିର୍ବନ୍ଧ ଫଟୋ
ସୋସିଆଲ ମିଡିଆରେ ଘୁରିବୁଲୁଛି ଅଭିନେତ୍ରୀ ସୋନାଲି କୁଲକର୍ଣ୍ଣୀଙ୍କ ନିର୍ବନ୍ଧ ଫଟୋ । ଗତ ଫେବୃଆରୀ 2 ତାରିଖରେ କରିଥିଲେ ନିର୍ବନ୍ଧ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାଲି କୁଲକର୍ଣ୍ଣୀ
ଏହାସହ ସେ ନିଜର ଶାନଦାର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିଜ ଭାବିସ୍ବାମୀଙ୍କ ସହ ନଜର ଆସୁଛନ୍ତି। ମୁଖ୍ୟ କଥା ହେଲା ଯେ ଗତ ଫେବୃଆରୀ 2 ତାରିଖରେ ସେ ନିର୍ବନ୍ଧ କରିଥିଲେ। ହୁଏତଃ ଏହି କଥା ତାଙ୍କ ଫ୍ୟାନ୍ସଙ୍କୁ ଜଣାନଥିଲା ।
ପ୍ରକାଶ ଥାଉକି ତାଙ୍କ ନିର୍ବନ୍ଧ ଲଣ୍ଡନ ବାସୀନ୍ଦା କୁନାଲ ବୋନେଡକରଙ୍କ ସହ ହୋଇଛି। ଯିଏ ଦୁବାଇରେ କାମ କରୁଛନ୍ତି । ନିର୍ବନ୍ଧର କିଛି ଦିନ ପରେ ସୋନାଲି ତାଙ୍କୁ ସାକ୍ଷାତ କରିବା ପାଇଁ ଦୁବାଇ ଯାଇଥିଲେ।