ଓଡିଶା

odisha

ETV Bharat / sitara

ଗରିବଙ୍କୁ ରାସନ ସହ ସାନିଟାରୀ ପ୍ୟାଡ ବଣ୍ଟନ କରାଯାଉ: ମାନୁଷୀ ଛିଲ୍ଲର - ଗରିବ ଲୋକମାନଙ୍କୁ ରାସନ ସହିତ ସାନିଟାରୀ ପ୍ୟାଡ

ମାନୁଷୀ ବିଭିନ୍ନ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଲୋକମାନଙ୍କୁ ରାସନ ସହିତ ସାନିଟାରୀ ପ୍ୟାଡ ମଧ୍ୟ ବଣ୍ଟନ କରନ୍ତୁ । ଅଧିକ ପଢନ୍ତୁ...

manushi says supply free sanitary pads with ration to poor
ଗରିବଙ୍କୁ ରାସନ ସହ ସାନିଟାରୀ ପ୍ୟାଡ ବଣ୍ଟନ କରାଯାଉ: ମାନୁଷୀ ଛିଲ୍ଲର

By

Published : Apr 24, 2020, 10:10 PM IST

ମୁମ୍ବାଇ: ପୂର୍ବତନ ମିସ ୱାର୍ଲ୍ଡ ମାନୁଷୀ ଛିଲ୍ଲର | ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଗରିବ ଲୋକମାନଙ୍କୁ ରାସନ ସହିତ ସାନିଟାରୀ ପ୍ୟାଡ ମଧ୍ୟ ବଣ୍ଟନ କରନ୍ତୁ ।

କୋଭିଡ -19 ସଙ୍କଟ ମଧ୍ୟରେ ଗରିବ ଲୋକମାନଙ୍କ ଅର୍ଥ ଅଭାବରୁ ବଞ୍ଚିତ ମହିଳାମାନଙ୍କ ପାଇଁ ଏକ ଗୁରୁତର ବିପଦ ରହିଛି । ତେଣୁ ଆମକୁ ଧ୍ୟାନ ଦେବା ଆବଶ୍ୟକ ଯେ, ଯେଉଁ ମହିଳାମାନେ ବିଶେଷ ଭାବରେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗରୁ ଆସିଛନ୍ତି ସେମାନଙ୍କୁ ସାନିଟାରୀ ପ୍ୟାଡ ମଧ୍ୟ ବଣ୍ଟନ କରାଯିବା ଉଚିତ୍‌ ।

ସେ ଏହା ମଧ୍ୟ କହିଛନ୍ତି ଯେ, 'ମୁଁ ବିଭିନ୍ନ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ, ଗରିବ ଲୋକମାନଙ୍କୁ ରାସନ ସହିତ ସାନିଟାରୀ ପ୍ୟାଡ ମଧ୍ୟ ବଣ୍ଟନ କରନ୍ତୁ । ଏହା ସହ ସାନିଟାରୀ ପ୍ୟାଡକୁ ଏକ ଜରୁରୀ ବସ୍ତୁ ଭାବରେ ତାଲିକାରେ ଅନ୍ତର୍ଭୂକ୍ତ କରନ୍ତୁ ।'

ସୂଚନାଯୋଗ୍ୟ ମାନୁଷୀ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ଚଳିତ ବର୍ଷ ଶେଷରେ ଐତିହାସିକ ପୃଷ୍ଠଭୂମି ଉପରେ ଆଧାରିତ 'ପୃଥ୍ବୀରାଜ' ଚଳଚ୍ଚିତ୍ର ଜରିଆରେ ବଲିଉଡରେ ପ୍ରବେଶ କରିବାକୁ ଯାଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details