ଓଡିଶା

odisha

ETV Bharat / sitara

ପୁଷ୍ଟିକର ଖାଦ୍ୟ ନେଇ ସଚେତନତା ସୃଷ୍ଟି କଲେ ମାନୁଷୀ ଚିଲ୍ଲର

ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସୋସିଆଲ୍ ମିଡିଆ ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ କହିଛନ୍ତି । ଅଧିକ ପଢନ୍ତୁ...

By

Published : Sep 1, 2020, 10:23 PM IST

Manushi Chhillar raises awareness about proper nutrition
ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କଲେ ମାନୁଷୀ ଚିଲ୍ଲର

ମୁମ୍ବାଇ: ପୂର୍ବତନ ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏକ ସୋସିଆଲ୍ ମିଡିଆ ଅଭିଯାନ ଆରମ୍ଭ କରିଛନ୍ତି। ଯେଉଁଥିରେ ସେ ସ୍ବାସ୍ଥ୍ୟ ଏବଂ ପୁଷ୍ଟିକର ଖାଦ୍ୟ ବିଷୟରେ କହିଛନ୍ତି ।

ନିକଟରେ, ମାନୁଷୀ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ କଲେଜରେ ପଢୁଥିବା ସମୟରେ ମିସ୍ ଇଣ୍ଡିଆର ପ୍ରସ୍ତୁତି କରୁଥିବାବେଳେ ଫିଟ୍ ରହିବା ପାଇଁ କିପରି ସୁସ୍ଥ ଖାଦ୍ୟ ଖାଇବା ଆରମ୍ଭ କରିଥିଲେ ତାହା ଦେଖିବାକୁ ମିଳିଛି।

"ମୋତେ ବାରମ୍ବାର କୁହାଯାଇଥିଲା ଯେ, ଆମେ ଯାହା ଖାଉଛୁ ସେ ବିଷୟରେ ଆମକୁ ଅଧିକ ଜ୍ଞାନବାନ ହେବାକୁ ପଡିବ। ସଠିକ୍ ପୁଷ୍ଟିକର ଖାଦ୍ୟ ଖାଇବା ଦ୍ବାରା ଆମ ସ୍ବାସ୍ଥ୍ୟ ସୁସ୍ଥ ରହିଥାଏ ।

"ମୋର ପିତାମାତା ଡାକ୍ତର ଅଟନ୍ତି ଏବଂ ସେମାନେ ମୋତେ ସର୍ବଦା କହିଥଲେ ଯେ ଆମର ଖାଇବା ଅଭ୍ୟାସ ଏବଂ ଆମେ ଖାଉଥିବା ଖାଦ୍ୟ ଆମର ସ୍ବାସ୍ଥ୍ୟକୁ ପରିଭାଷିତ କରେ। ଏହି ଶିକ୍ଷା ଦ୍ବାରା ମୁଁ ଏକ ସଠିକ ଜୀବନଯାପନ କରିପାରିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୁପୋଷଣ ପ୍ରକୃତରେ ଆମ ଶରୀରକୁ ବହୁତ କ୍ଷତି ପହଞ୍ଚାଇପାରେ ଏବଂ ମୁଁ ମୋର ସୋସିଆଲ ମିଡିଆ ବ୍ୟବହାର କରି ଜାତୀୟ ପୁଷ୍ଟିକର ସପ୍ତାହ ମାଧ୍ୟମରେ ଯଥାସମ୍ଭବ ସଚେତନତା ସୃଷ୍ଟି କରିବି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details