ଓଡିଶା

odisha

ETV Bharat / sitara

ତିନି ବିଶ୍ବ ସୁନ୍ଦରୀଙ୍କ ଆଣ୍ଟି କୋରୋନା ବ୍ରିଗେଡ - ମେକ୍ସିକୋର ୱାନେସା ପୋନ୍ସ

କୋରୋନା ଭାଇରସ ସଂକ୍ରମଣ ଉପରେ ଆଲୋଚନା କରିବେ ତିନି ବିଶ୍ବ ସୁନ୍ଦରୀ । ଏହାସହ ଲୋକଙ୍କୁ ବାଣ୍ଟିବେ ସଚେତନା ବାର୍ତ୍ତା।

former miss world
ଡିଜାଇନ ଫଟୋ

By

Published : Apr 15, 2020, 8:04 PM IST

ମୁମ୍ବାଇ: କୋରୋନା ଭାଇରସ ପ୍ରକୋପ ସହ ଲଢୁଛି ସାରା ବିଶ୍ବ। କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭାରତରେ ଦ୍ବିତୀୟ ପର୍ଯ୍ୟାୟ ଲକଡାଉନ ଆରମ୍ଭ କରାଯାଇଛି। ଇତିମଧ୍ୟରେ ତିନି ପୂର୍ବତନ ବିଶ୍ବ ସୁନ୍ଦରୀ ଏହି ସଂକ୍ରମଣ ବିଷୟରେ ଆଲୋଚନା କରିବାକୁ ଯାଉଛନ୍ତି।

ଏଥିରେ ସାମିଲ ଅଛନ୍ତି ଭାରତର ପୂର୍ବତନ ବିଶ୍ବ ସୁନ୍ଦରୀ ମାନୁଷୀ ଚିଲ୍ଲର, ପ୍ୟୁର୍ଟୋ ରିକୋର ଷ୍ଟେଫନୀ ଡେଲ ୱାଲେ(ମିସ ୱାର୍ଲ୍ଡ 2016) ଓ ମେକ୍ସିକୋର ୱାନେସା ପୋନ୍ସ( ମିସ ୱାର୍ଲ୍ଡ 2018) ।

ଏହି ତିନି ବିଶ୍ବ ସୁନ୍ଦରୀ କୋରୋନା ଭାଇରସ ସଚେତନା ବାର୍ତ୍ତା ସହ ଧିରେ ଧିରେ ବଢୁଥିବା ସଂକ୍ରମଣ ସହ ଲଢେଇ ଉପରେ ଏକାଠି ଆଲୋଚନା କରିବେ।

ସେପଟେ ମାନୁଷୀ କହିଛନ୍ତି, ‘ଏହିପରି ଏକ ସମୟରେ, ଆମ ଦେଶ ତଥା ସମ୍ପ୍ରଦାୟରେ COVID-19 ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ଆମେ ସମସ୍ତେ ଯାହା କରିପାରିବେ ତାହା କୋରୋନା ଶେଷ କରିବା ଟ୍ରାକ ପାଇଁ ଚାବିକାଠି ହେବ। ଆମେ ସମସ୍ତେ ଏକାଠି ଅଛେ । ଆଉ ଭାରତରେ ଯାହା ହେଉଛି ତାହା ଅନ୍ୟ ଦେଶରେ ମଧ୍ୟ ହେଉଛି।’

ABOUT THE AUTHOR

...view details