ଓଡିଶା

odisha

ETV Bharat / sitara

ୱେବ ସିରିଜ ବିରୋଧୀ ମନୋଜ - ତାଣ୍ଡବ

ଡିଜିଟାଲ ପ୍ଲାଟଫର୍ମରେ ଖୁବ୍ ସ୍ବାଧୀନତା ମିଳିଥାଏ । କିନ୍ତୁ ୱେବ ସିରିଜରେ ପ୍ରଦର୍ଶନ କରାଯାଉଥିବା କଣ୍ଟେଣ୍ଟ ହିଂସାତ୍ମକ । ଏଥିପାଇଁ ଏହାକୁ ନାପସନ୍ଦ କରନ୍ତି ମନୋଜ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ମନୋଜ ବାଜପେୟୀ

By

Published : Aug 29, 2019, 1:18 AM IST

ମୁମ୍ବାଇ: ସବୁବେଳେ ଅଭିନୟ ଜରିଆରେ ଦର୍ଶକଙ୍କ ମନ କିଣୁଥିବା ଅଭିନେତା ମନୋଜ ବାଜପେୟୀ ଏବେ ଡିଜିଟାଲ ପ୍ଲାଟଫର୍ମକୁ ନେଇ ବଡ ଖୁଲାସା କରିଛନ୍ତି । ତାଙ୍କ ଅନୁଯାୟୀ ଡିଜିଟାଲ କ୍ଷେତ୍ରରେ ବହୁତ ସ୍ବାଧୀନତା ମିଳୁଛି । କିନ୍ତୁ ସେ ପ୍ରସାରଣ ହୋଇଥିବା ସେକ୍ସ ଏବଂ ହିଂସା କାହାଣୀ ବିରୋଧୀ ।

ସେ ଏକ ସାକ୍ଷାତକାରରେ ଯୋଗ ଦେଇ ଏପରି ବୟାନ ଦେଇଥିଲେ । ୱେବ ସ୍ପେସ ଆପଣଙ୍କୁ ବହୁତ ସ୍ବାଧୀନତା ଦେଉଛି । କିନ୍ତୁ ଏହି ସ୍ବାଧୀନତାର ଫାଇଦା ଉଠାଇ ମେକର୍ସ ଦର୍ଶକଙ୍କୁ ଆକର୍ଷିତ କରିବା ପାଇଁ ସେକ୍ସ ଏବଂ ହିଂସା କଣ୍ଟେଣ୍ଟର ଖୁବ୍ ବ୍ୟବହାର କରୁଛନ୍ତି । ଯାହାର ସେ ବିରୋଧୀ । ଏଥିପାଇଁ ସେ ଏବେ ପର୍ଯ୍ୟନ୍ତ କୌଣସି ୱେବ ସିରିଜରେ ଆକ୍ଟିଂ କରିନାହାନ୍ତି ବୋଲି କହିଥିଲେ ।

ଏହା ପ୍ରଥମଥର ନୁହେଁ ଯେବେ ମନୋଜ ୱେବ ସିରିଜ ବିରୋଧ କରୁଛନ୍ତି । ତାଙ୍କ ପୂର୍ବରୁ ମଧ୍ୟ ୱେବ କଣ୍ଟେଣ୍ଟକୁ ନେଇ ଅନେକ ଯୁକ୍ତିତର୍କ ହୋଇସାରିଛି । ସଲମାନ ଖାନ ମଧ୍ୟ ଏକ ସାକ୍ଷାତକାର କହିଥିଲେ କି ଡିଜିଟାଲ କ୍ଷେତ୍ରରେ ପ୍ରସାରଣ ଲାଗି ସେନ୍ସରଶିପ ହେବା ଦରକାର । ଏହା କୌଣସି ଭଲ ଉଦ୍ଦେଶ୍ୟ ପାଇଁ ପ୍ରଦର୍ଶିତ କରାଯିବା କଥା ।

ପ୍ରକାଶ ଥାଉକି ମନୋଜ ସର୍ଟ ଫିଲ୍ମ ‘କ୍ରିତି’ ଏବଂ ‘ତାଣ୍ଡବ’ରେ ଅଭିନୟ କରିସାରିଛନ୍ତି ।

ABOUT THE AUTHOR

...view details