ମୁମ୍ବାଇ: ବଲିଉଡରେ ଅନେକ ଫିଟନେସ ଫ୍ରେକ ଅଭିନେତ୍ରୀ ଅଛନ୍ତି ଯେଉଁଥିରେ ଅନ୍ୟତମ ଅଭିନେତ୍ରୀ ମନ୍ଦିରା ବେଦୀ । ଏହିସମୟରେ ମନ୍ଦିରା ପରିବାର ସହ ମାଳଦ୍ବୀପରେ ଛୁଟି କାଟିବାରେ ବ୍ୟସ୍ତ । ନିଜ ହଲିଡେର ଫଟୋ ସୋସିଆଲ ମିଡିଆରେ ସେୟାର କରିବାରେ ଲାଗିପଡିଛନ୍ତି ମନ୍ଦିରା । ସୋୟାର ହୋଇଥିବା ଗୋଟିଏ ଫଟୋକୁ ନେଇ ଏବେ ସୋସିଆଲ ମିଡିଆରେ ଚହଳ ।
ଇନଷ୍ଟାଗ୍ରାମରେ ମନ୍ଦିରା ସେୟାର କରିଥିବା ଫଟୋ ମଧ୍ୟରେ ତାଙ୍କ ରେଡ ବିକିନି ଫଟୋ ବର୍ତ୍ତମାନ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାରେ ଅଛି । ସମସ୍ତେ ଭାବୁଛନ୍ତି କି 46 ବର୍ଷରେ ମନ୍ଦିରା କିପରି ନିଜକୁ ଏତେ ଫିଟ ରଖିପାରୁଛନ୍ତି । ଆଉ ତାଙ୍କ ଫିଟନେସ ରାଜ ବିଷୟରେ ଜାଣିବାକୁ ବ୍ୟାକୁଳ ଫ୍ୟାନ୍ସ ।