କୋଚି: ମେ 22 ରେ ଜୋର୍ଡାନରୁ କୋଚି ଫେରିଥିବା ମାଲାୟାଲମ୍ ଅଭିନେତା ପୃଥ୍ବୀରାଜ ସୁକୁମାରନଙ୍କ କୋଭିଡ -19 ଟେଷ୍ଟ ନେଗେଟିଭକୁ ଆସିଛନ୍ତି ।
ପୃଥ୍ବୀରାଜ 7 ଦିନର କ୍ୱାରେଣ୍ଟାଇନ ସମାପ୍ତ କରି, ବର୍ତ୍ତମାନ ସେ ତାଙ୍କ ଘରେ ଅବଶିଷ୍ଟ 7 ଦିନର ହୋମ-କ୍ବାରେଣ୍ଟାଇନରେ ଅଛନ୍ତି ।
ବୁଧବାର ଦିନ ପୃଥ୍ବୀରାଜ ତାଙ୍କ ଇନଷ୍ଟାଗ୍ରାମରେ ନିଜର କୋରୋନା ଯାଞ୍ଚ ରିପୋର୍ଟ ପୋଷ୍ଟ କରିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ପୃଥ୍ବୀରାଜ ଲେଖିଛନ୍ତି, କୋଭିଡ -19 ଟେଷ୍ଟ କରିଥିଲି ଏବଂ ରିପୋର୍ଟ ନେଗେଟିଭ ଅସିଛି ।