ଓଡିଶା

odisha

ETV Bharat / sitara

ଖାସ ଅନ୍ଦାଜରେ ଅର୍ଜୁନଙ୍କ ଭଉଣୀ ଅନସୁଲାଙ୍କୁ ବର୍ଥଡେ ଓ୍ବିଶ କଲେ ମଲାଇକା - ଅର୍ଜୁନଙ୍କ ଭଉଣୀ ଅନସୁଲା

ଅର୍ଜୁନ କପୁରଙ୍କ ଭଉଣୀ ଅନସୁଲା କପୁର ଆଜି ନିଜର ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ଅର୍ଜୁନଙ୍କ ଲେଡିଲଭ ମଲାଇକା ଏକ ଖାସ ଅନ୍ଦାଜରେ ଅନସୁଲାଙ୍କୁ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

Malaika sends b'day wishes to Arjun's sister Anshula. Here's how latter reacted
ଖାସ ଅନ୍ଦାଜରେ ଅର୍ଜୁନଙ୍କ ଭଉଣୀ ଅନସୁଲାଙ୍କୁ ବର୍ଥଡେ ଓ୍ବିଶ କଲେ ମଲାଇକା

By

Published : Dec 29, 2020, 8:55 PM IST

ହାଇଦ୍ରାବାଦ: ଅଭିନେତା ଅର୍ଜୁନ କପୁରଙ୍କ ସାନ ଭଉଣୀ ଅନସୁଲା କପୁର ଆଜି ନିଜର ଜନ୍ମଦିନ ପାଳନ କରିଛନ୍ତି । ଏହି ବିଶେଷଦିନରେ ବହୁ ପ୍ରଶଂସକଙ୍କ ସହିତ ବହୁତ ବଲିଉଡର ସେଲିବ୍ରିଟି ଏବଂ ପରିବାରର ସଦସ୍ୟମାନେ ମଧ୍ୟ ତାଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଶୁଭେଚ୍ଛା ଜଣାଉଛନ୍ତି ।

ଏହି ଅବସରରେ ଅର୍ଜୁନଙ୍କ ଲେଡିଲଭ ମଲାଇକା ଅରୋରା ମଧ୍ୟ ଅନସୁଲାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।

ଖାସ ଅନ୍ଦାଜରେ ଅର୍ଜୁନଙ୍କ ଭଉଣୀ ଅନସୁଲାଙ୍କୁ ବର୍ଥଡେ ଓ୍ବିଶ କଲେ ମଲାଇକା

ଏବେ ଅର୍ଜୁନ ଗୋଆରେ ମଲାଇକା ଏବଂ ତାଙ୍କ ଭଉଣୀ ଅମୃତା ଅରୋରାଙ୍କ ପରିବାର ସହିତ ଛୁଟିରେ ଏଞ୍ଜଏ କରୁଛନ୍ତି ।

ଗତକାଲି ରାତିରେ ଜାହ୍ନବୀ କପୁର ଏବଂ ଖୁସି କପୁର ଅନସୁଲାଙ୍କ ସହ ଏକ ସପ୍ରାଇଜ ବର୍ଥ ଡେ ସେଲିବ୍ରେଟ କରିଥିଲେ ।

ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଅନସୁଲାଙ୍କର ଏକ ଫଟୋ ସେୟାର କରି ଲେଖିଥିଲେ, "ଜନ୍ମଦିନର ଶୁଭେଚ୍ଛା @ ଅନସୁଲାକପୁର" ।

ଯାହାର ଉତ୍ତରରେ ଅନସୁଲା ଲେଖିଛନ୍ତି, "ଧନ୍ୟବାଦ ମଲା" ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details