ନୂଆଦିଲ୍ଲୀ: ଲକଡାଉନରେ ସମୟରେ ସେକ୍ସୀ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ କଥିତ ବୟଫ୍ରେଣ୍ତ ଅର୍ଜୁନ କପୁରଙ୍କ ସହିତ କ୍ବାରେଣ୍ଟାଇନରେ ଥିଲେ ।
ହଁ, ଅର୍ଜୁନଙ୍କ ସହ ଲକଡାଉନ ସମୟରେ ମଲାଇକା କ୍ବାରେଣ୍ଟାଇନରେ ସମୟ ବିତାଇଥିଲେ ।
ନିକଟରେ ଏକ ସାକ୍ଷାତକାରରେ ମଲାଇକାଙ୍କୁ ପଚରାଯାଇଥିଲା ଯେ, ସେ କେଉଁ ଅଭିନେତାଙ୍କ ସହିତ କ୍ବାରେଣ୍ଟାଇନରେ ରହିବାକୁ ଚାହୁଁଛନ୍ତି । ଯାହାର ଉତ୍ତରରେ ମଲାଇକା କହିଛନ୍ତି ଯେ, ସେ ଜଣେ ଅଭିନେତାଙ୍କ ସହ କ୍ବାରେଣ୍ଟାଇନରେ ରହିସାରିଛନ୍ତି, ଯାହା ଅତ୍ୟନ୍ତ ମଜାଦାର ଥିଲା । ସମସ୍ତ ଫ୍ୟାନ୍ସ ଜାଣନ୍ତି ଯେ ଉଭୟ ଏକାଠି ରହୁଛନ୍ତି କିନ୍ତୁ ମଲାଇକା ଏବେ ଏହି କଥାର ସ୍ବୀକାର କରିଛନ୍ତି ।